ଭୁବନେଶ୍ବର: ବାଲେଶ୍ବର ନୀଳଗିରି ଅଞ୍ଚଳରେ ରଶ୍ମିତା ପୃଷ୍ଟିଙ୍କ ଘରେ ଦୁର୍ଲଭ ବ୍ରହ୍ମ କମଳ । ଗୋଟିଏ କି ଦୁଇଟି ନୁହେଁ ୭ଟି ଫୁଟିଥିବାର ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ ସେ ଏହାକୁ ନେଇ ନିଳଗିରି ସ୍ଥିତ ଜଗନ୍ନାଥଙ୍କ ପାଖରେ ଚଢାଇଛନ୍ତି ।
ଏହା ଜଗନାଥଙ୍କ ବେଶ ପ୍ରିୟ । ଭାରତୀୟ ସଂସ୍କୃତିରେ ଏହାକୁ ଶୁଭଙ୍କର ଭାବେ ଦର୍ଶାଯାଇଛି । ଏହା ଏକ ଦୁର୍ଲଭ ଫୁଲ ହୋଇଥିବା ବେଳେ ବ୍ରହ୍ମାଙ୍କ ନାମରୁ ଏହାର ନାମକାରଣ ହୋଇଛି । ଭାଗ୍ୟରେ ଥିଲେ ଏଭଳି ଫୁଲ ଫୁଟୁଥିବା ବେଳେ ବେଶ ଖୁସି ଅନୁଭବ କରିଛନ୍ତି ରଶ୍ମିତା ଓ ତାଙ୍କ ପରିବାର ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ