ETV Bharat / state

ବାଜିଲା ହର୍ଣ୍ଣ, ଗଡ଼ିଲା ଟ୍ରେନ: ନୀଳଗିରିବାସୀଙ୍କ ସ୍ବପ୍ନ ହେଲା ପୂରଣ

author img

By ETV Bharat Odisha Team

Published : Jan 13, 2024, 5:48 PM IST

Updated : Jan 13, 2024, 6:04 PM IST

Nilgiri first MEMU train: ପୂରଣ ହେଲା ବାଲେଶ୍ବର ନୀଳଗିରିବାସୀଙ୍କ ବହୁ ଦିନର ସ୍ବପ୍ନ । ନୀଳଗିରି ଗୋପୀନାଥପୁର ଷ୍ଟେସନରୁ ବାଲେଶ୍ଵରକୁ ଗଡ଼ିଲା ପ୍ରଥମ ମେମୁ ଟ୍ରେନ । ଅଧିକ ପଢନ୍ତୁ

Nilgiri first MEMU train
Nilgiri first MEMU train
ବାଜିଲା ହର୍ଣ୍ଣ, ଗଡ଼ିଲା ଟ୍ରେନ: ନୀଳଗିରିବାସୀଙ୍କ ସ୍ବପ୍ନ ହେଲା ପୂରଣ

ବାଲେଶ୍ବର: ନୀଳଗିରିବାସୀଙ୍କ ପୂରଣ ହେଲା ବହୁ ଦିନର ସ୍ବପ୍ନ । ଆଜି (ଶନିବାର) କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୀଳଗିରି-ବାଲେଶ୍ବର ମେମୁ ଟ୍ରେନର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାରି ସହିତ ନୀଳଗିରି ଗୋପୀନାଥପୁର ଷ୍ଟେସନରୁ ବାଲେଶ୍ଵରକୁ ଗଡ଼ିଛି ପ୍ରଥମ ମେମୁ ଟ୍ରେନ । ଗୋପୀନାଥପୁରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ୨ ଦିନିଆ ବାଲେଶ୍ଵର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମ ଦିନ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ସକାଳେ ଆଶୀର୍ବାଦ ନେଇ କର୍ମୀ ସମାବେଶରେ ଯୋଗଦେଇଥିଲେ । କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ଯାତ୍ରୀ ନିବାସ ତିଆରି ଉଦ୍ଦେଶ୍ୟରେ ମନ୍ତ୍ରୀ 50 ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ପରେ ବହୁ ପ୍ରତୀକ୍ଷିତ ନୀଳଗିରି ବାଲେଶ୍ଵର ରେଳ ଚଳାଚଳ ପାଇଁ ନୂଆ ଷ୍ଟେସନ ଏବଂ ନୂଆ ମେମୁ ଟ୍ରେନ ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ।

ଏହା ବି ପଢନ୍ତୁ- ଦଶପଲ୍ଲାକୁ ଗଡ଼ିଲା ଟ୍ରେନ: ଉଦଘାଟନ କଲେ ରେଳମନ୍ତ୍ରୀ

ନୀଳଗିରି ଗଡ଼ଜାତ ମିଶ୍ରଣ ବେଳରୁ ବେଙ୍ଗଲର ଜଣେ ବ୍ୟବସାୟୀ ସେତେବେଳେ ସ୍ବର୍ଣ୍ଣଚୁଡ଼ ପାହାଡ଼ରୁ ଖଣିଜ ପଦାର୍ଥ ନେବାପାଇଁ ରେଳ ଲାଇନ ସଂଯୋଗ କରିଥିଲେ । ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ରେଳ ଲାଇନ ଥିବା ସତ୍ତ୍ବେ ଏହାର ବିକାଶ ହୋଇ ପାରିନଥିଲା । ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ରେଳ ଚଳାଚଳ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପାଖରେ ଦାବି ଜଣାଇ ଆସିଥିଲେ। ଦାବିର ଦେଢ଼ ବର୍ଷ ଭିତରେ ରେଳ ଲାଇନ କାମ, ନୂତନ ଷ୍ଟେସନ ସ୍ଥାପନ ଭଳି କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା । ସମସ୍ତ କାର୍ଯ୍ୟ ସମ୍ପାଦନ ପରେ ଆଜି ନୀଳଗିରି ଗୋପୀନାଥପୁର ଷ୍ଟେସନରୁ ବାଲେଶ୍ଵର ଅଭିମୁଖେ ପ୍ରଥମ ମେମୁ ଟ୍ରେନ ଗଡ଼ିଛି । ଯାହାକୁ ନେଇ ନୀଳଗିରି ଅଞ୍ଚଳବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ସେପଟେ ମାତ୍ର 10 ଟଙ୍କାରେ ନୀଳଗିରିରୁ ବାଲେଶ୍ଵର ଏହି ଟ୍ରେନରେ ଯାତାୟତ କରି ପାରିବେ ଲୋକେ । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ଗରିବ ଲୋକମାନେ ଯାତାୟତ ପାଇଁ ଏହା ଏକ ପ୍ରକାର ବିଶେଷ ସୁବିଧା ହେବ । ଏମିତିକି ଗୋପୀନାଥପୁରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି । ସେହିପରି ଖନ୍ତାପଡ଼ାରେ ଫ୍ଲାଇ ଓଭର ବ୍ରିଜ ପାଇଁ ଦାବି କରାଯାଇଥିବା ବେଳେ ଏହା ଉପରେ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ନୀଳଗିରିରୁ ବେତନଟୀ ନୂଆ ରେଳ ଚଳାଚଳ ପାଇଁ ଆଜିଠାରୁ ସର୍ଭେ ଆରମ୍ଭ ହେବ ବୋଲି ମଞ୍ଚରେ ଘୋଷଣା କରିଥିଲେ ମନ୍ତ୍ରୀ । ଜଳେଶ୍ଵରରୁ ଚନ୍ଦନେଶ୍ଵର ନୂଆ ରେଳପଥ ପାଇଁ ଡିପିଆର ପ୍ରସ୍ତୁତ ହେବା ନେଇ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jan 13, 2024, 6:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.