ETV Bharat / state

ଶୋଭାରମପୁର ରେଳ ଓଭରବ୍ରିଜକୁ ମିଳିନି ସୁରକ୍ଷା ପ୍ରମାଣପତ୍ର ! ଏବେ ଉଦ୍‌ଘାଟନ ନକରିବାକୁ ରେଳ ବିଭାଗର ଚିଠି - ବାଲେଶ୍ବର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ ପୂର୍ବରୁ ରେଳ ବିଭାଗର ଚିଠି । ଶୋଭାରମପୁର ରେଳ ଓଭରବ୍ରିଜର ଉଦ୍‌ଘାଟନ ନକରିବା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ ଚିଠି କଲେ ରେଳ DRM ଏମଏସ ହାସମୀ । ଆସନ୍ତାକାଲି ବାଲେଶ୍ବରରେ ଏହି ଓଭରବ୍ରିଜ ଉଦ୍‌ଘାଟନ ହେବାନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚୀ ରହିଛି । ଅଧିକ ପଢ଼ନ୍ତୁ

ଶୋଭାରମପୁର ରେଳ ଓଭରବ୍ରିଜ
ଶୋଭାରମପୁର ରେଳ ଓଭରବ୍ରିଜ
author img

By

Published : Dec 21, 2022, 10:22 PM IST

ବାଲେଶ୍ବର ଜିଲ୍ଲାପାଳଙ୍କୁ ରେଳ ବିଭାଗର ଚିଠି
ବାଲେଶ୍ବର ଜିଲ୍ଲାପାଳଙ୍କୁ ରେଳ ବିଭାଗର ଚିଠି

ବାଲେଶ୍ବର: ଆସନ୍ତାକାଲି ବାଲେଶ୍ବର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଅନେକ ଦିନରୁ ଅପେକ୍ଷାରେ ଥିବା ଶୋଭାରମପୁର ରେଳ ଓଭରବ୍ରିଜର ଉଦ୍‌ଘାଟନ ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଏବେ ଏହି ପୋଲ ଉଦ୍‌ଘାଟନ ନକରିବା ପାଇଁ ରେଳ ବିଭାଗ ପକ୍ଷରୁ ଚିଠି କରାଯାଇଥିବା ଜଣାପଡ଼ିଛି ।

ରେଳ DRM ଏମଏସ ହାସମୀଙ୍କ ଚିଠି ଅନୁସାରେ, ଉକ୍ତ ଓଭରବ୍ରିଜ ଏଯାଏଁ ସୁରକ୍ଷା ଦୃଷ୍ଟିରେ ସାର୍ଟିଫିକେଟ ପାଇନାହିଁ । ଏହାର NOC ମଧ୍ୟ ଦିଆଯାଇନାହିଁ । ଏଥିପାଇଁ ଉକ୍ତ ପୋଲର ଏବେ ଶିଳାନ୍ୟାସ ନକରି ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇବାକୁ ଅନୁରୋଧ କରାଯାଇଛି । ଏହି ଚିଠି DRM ବାଲେଶ୍ଵର ଜିଲ୍ଲାପାଳଙ୍କୁ ପଠାଇଥିବା ଜଣାପଡ଼ିଛି । ତେବେ ସୁରକ୍ଷା ପ୍ରମାଣ ପତ୍ର ଦକ୍ଷ ଅଧିକାରୀମାନେ ଦେବାକୁ ଥିବା ବେଳେ ଏହା ପୂର୍ବରୁ ପୋଲ ଉଦଘାଟନ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଯେଉଁଥିରେ ଆସନ୍ତା ଜାନୁଆରୀ ୨୩ ତାରିଖ ଭିତରେ ସୁରକ୍ଷା ପ୍ରମାଣ ପତ୍ର ଦେବାପରେ ପୋଲ ଉଦ୍ଘାଟନ କରିବାକୁ ଉଲ୍ଲେଖ ରହିଛି । ତେବେ ମୁଖ୍ୟମନ୍ତ୍ରୀ ପୂର୍ବ ପ୍ରସ୍ତୁତ ସୂଚୀ ଅନୁସାରେ ପୋଲ ଉଦଘାଟନ କାଲି କରିବେ ନା ସୁରକ୍ଷା ପ୍ରମାଣପତ୍ର ମିଳିବା ପରେ କରିବେ ତାହା ହିଁ ଦେଖିବାକୁ ବାକି ରହିଲା ।

ପ୍ରକାଶ ଥାଉକି, ଶୋଭାରାମପୁର ରେଲୱେ ଓଭରବ୍ରିଜ (LC-79)ର ଉଦଘାଟନ ହେବା ସହିତ ୬୯ଟି ଅନ୍ୟ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଏ ସମସ୍ତ ପ୍ରକଳ୍ପର ମୂଲ୍ୟ ୩୭୫ କୋଟି ଟଙ୍କା ରହିଛି । ଏହାସହ ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କା ମୂଲ୍ୟର ୧୨୨ ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୬୦ ହଜାର ସଦସ୍ୟ ବିଶିଷ୍ଟ ୫ ହଜାର ୬୦୦ ଗୋଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି ରାଶି ଜିଲ୍ଲା ପ୍ରଶାସନ ବାଲେଶ୍ବରର ଏକ ଅଭିନବ ପଦକ୍ଷେପ 'ଏକ ଗ୍ରାମପଞ୍ଚାୟତ ଏକ ଉତ୍ପାଦ' କାର୍ଯ୍ୟକ୍ରମକୁ ଆଗେଇ ନେବ । ଏହାଦ୍ଵାରା ମିଶନ ଶକ୍ତି ମହିଳା ମାନଙ୍କର ଜୀବିକାର ଉନ୍ନତି ତଥା ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସହ ନୂତନ ଜ୍ଞାନକୌଶଳର ବିକାଶକୁ ପ୍ରୋତ୍ସାହନ ଦେବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.