ବାଲେଶ୍ବର: ଷ୍ଟେସନରେ ବିଭିନ୍ନ ସମସ୍ୟା ନେଇ ରେଳ ରୋକ କଲେ ସୋର ନାଗରିକ ମଞ୍ଚ ଓ ବିଭିନ୍ନ ଅନୁଷ୍ଠାନ । କୋରୋନା ପୂର୍ବରୁ ସୋର ରେଳ ଷ୍ଟେସନରେ ୨ଟି ଟ୍ରେନ ଜଗନ୍ନାଥ ଓ ଉତ୍କଳ ଏକ୍ସପ୍ରେସ ରହୁଥିଲା । କିନ୍ତୁ କୋରୋନା ପରେ କେବଳ ଅପ ରୁଟରେ ରହୁଥିବା ବେଳେ ଡାଉନରେ ରହୁନାହିଁ । ଯାହାକୁ ନେଇ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରେଳ ରୋକ କରାଯାଇଛି ।
ଏଥିସହ ଷ୍ଟେସନରେ ଗାଡ଼ିର ରହଣି ସହ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ସଂଗଠନର ସଦସ୍ୟ ମାନେ ରେଳ ଲାଇନରେ ବସି ଦାବି କରିଛନ୍ତି । ରେଳ ବିଭାଗ ପକ୍ଷରୁ ଜଣେ ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବା ପାଇଁ ଆଲୋଚନା କରିଥିବା ସୂଚନା ରହିଛି ।
ଇଟିଭି ଭାରତ, ବାଲେଶ୍ବର