ETV Bharat / state

Bahanaga Train Tragedy: ମାନବିକତା ପାଇଁ ମିଳିଲା ସମ୍ମାନ, ଭିତ୍ତିଭୂମି ଓ ସ୍ବାସ୍ଥ୍ୟସେବା ପାଇଁ 2କୋଟି ଅନୁଦାନ - ବାହାନଗାରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ

ଉଦ୍ଧାର ବେଳେ ସହଯୋଗ କରି ଚର୍ଚ୍ଚା ସାଉଁଟିଥିଲେ ବାହନାଗା ବାସୀ । ମିଳିଲା ପୁରସ୍କାର । ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ପାଇଁ ମିଳିଲା 2 କୋଟି । ରେଳବାଇ ଏକ କୋଟି ଓ ରେଳମନ୍ତ୍ରୀଙ୍କ ସାଂସଦଙ୍କ କୋଟାରୁ ମିଳିବ 1 କୋଟି ଅନୁଦାନ । ଅଧିକ ପଢନ୍ତୁ

Rail minister announces 2 crore for Bahanaga infrastructure

author img

By

Published : Jun 20, 2023, 7:56 PM IST

Bahanaga Train tragedy: ମାନବିକତା ପାଇଁ ମିଳିଲା ସମ୍ମାନ, ଭିତ୍ତିଭୂମି ଓ ସ୍ବାସ୍ଥ୍ୟସେବା ପାଇଁ 2 କୋଟି ଅନୁଦାନ

ବାଲେଶ୍ଵର: ବାହାନଗାରେ ଗତ 2 ତାରିଖରେ ହୋଇଥିବା ରେଳ ଦୁର୍ଘଟଣାରେ ଦେବଦୂତ ସାଜି ଉଦ୍ଧାର କାର୍ଯ୍ୟରେ ମାନବିକତା ଦେଖାଇଥିଲେ ବାହାନଗାବାସୀ । ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଘୋଷଣା ହେଲା 2 କୋଟି ଟଙ୍କାର ଅନୁଦାନ । ରେଳବାଇ ପକ୍ଷରୁ 1 କୋଟି ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସାଂସଦ ପାଣ୍ଠିରୁ 1 କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି । ଏନେଇ ନିଜେ ରେଳମନ୍ତ୍ରୀ ବୈଷ୍ଣବ ବାହାନଗାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ।

ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ ପହଞ୍ଚାଇବାରେ ଅଞ୍ଚଳବାସୀଙ୍କ ଉଦ୍ୟମ ବିଶ୍ୱସ୍ତରରେ ବେଶ ପ୍ରଶଂସିତ ହୋଇଥିଲା । ଏମିତିକି ରେଳ ଧାରଣାରୁ ବଗି ଉଠିବା ଓ ରେଳ ଲାଇନ କାମ ହେଉଥିବା ବେଳେ ମଧ୍ୟ ଅଞ୍ଚଳବାସୀ ପାଣି ଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି ଯୋଗାଇ ଦେଇ ମାନବିକତାକୁ ପ୍ରତିପାଦିତ କରିଥିଲେ । ଏହି କାର୍ଯ୍ୟ ବେଶ ପ୍ରଶଂସିତ ହୋଇଥିବା ବେଳେ ଆଜି (ମଙ୍ଗଳବାର) ବାହାନଗା ରେଳ ଷ୍ଟେସନରେ ଏନେଇ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇଥିଲେ ।

ରେଳମନ୍ତ୍ରୀ କହିଥିଲେ, ଏହି ଉଦ୍ଧାର କାର୍ଯ୍ୟ ସମଗ୍ର ବିଶ୍ବକୁ ଚକିତ କରିଛି । ଖଵରପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ପରିସ୍ଥିତି ଦେଖିବା ସହିତ ମୃତକଙ୍କୁ ସମବେଦନା ଜଣାଇଥିଲେ । ଆହୁରି ମଧ୍ୟ ବାହାନଗାବାସୀ ଓ ବାଲେଶ୍ଵର ଜିଲ୍ଲାବାସୀ ଉଦ୍ଧାର କାର୍ଯ୍ୟ ଯେଉଁ ପ୍ରକାର ଥିଲା ତାହା ଆଜି ସାରା ଦେଶକୁ ଚକିତ କରିଛି ବୋଲି ରେଳମନ୍ତ୍ରୀ ପ୍ରକାଶ କରିଥିଲେ । ଏଥିସହ ରେଳମନ୍ତ୍ରୀ ନିଜସ୍ୱ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ବାହାନଗା ଅଞ୍ଚଳର ବିକାଶ ପାଇଁ ପ୍ରଦାନ କରିଥିବା ବେଳେ ବାହାନଗା ଡାକ୍ତର ଖାନାର ଉନ୍ନତି ପାଇଁ ୧ କୋଟି ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ ।

ବାହାନଗା ଷ୍ଟେସନର ଉନ୍ନତୀକରଣ, ଟ୍ରେନ ରହଣି ସହିତ ବିଭିନ୍ନ ଦାବି ଉପରେ ଏକ କମିଟି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ସବୁ ବେଳେ କାମରେ ବିଶ୍ୱାସ କରନ୍ତି ବୋଲି ମଧ୍ୟ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ସବୁବେଳେ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଥିଲେ । ରେଳମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସମେତ ରେଳ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ରେଳ ଦୁର୍ଘଟଣାରେ ଉଦ୍ଧାର ଓ ସେବା କାର୍ଯ୍ୟରେ ନିୟୋଜିତ ହୋଇଥିବା ବିଭିନ୍ନ ସାମାଜିକ ସଂଗଠନ, ଯୁବକ, ମହିଳା ମଣ୍ଡଳଙ୍କୁ ସମ୍ମାନିତ କରାଯାଇଥିଲା । ରେଳବାଇ ପକ୍ଷରୁ ୧୩୫ ଜଣଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି ୨୧ ତାରିଖରେ ବାଲେଶ୍ଵର ସହରର ପରମିଟ ପଡ଼ିଆ ଠାରେ ପାଳନ ହେବ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମକୁ "ସାଂସଦ ଯୋଗ" ବୋଲି ନାମିତ କରାଯାଇଛି । ବାଲେଶ୍ଵର ପରମିଟ ପଡ଼ିଆରେ ୫ ହଜାରରୁ ଉର୍ଦ୍ଧ୍ବ ଏହି ସମାବେଶରେ ଅଂଶଗ୍ରହଣ କରିବେ । ଏହି ଯୋଗ ଶିବିରରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବେ । ୨୧ ତାରିଖ ସକାଳ ୫ ଟାରୁ ଏଥିପାଇଁ ପଞ୍ଜିକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ କଲେଜ, ଧାର୍ମିକ ଅନୁଷ୍ଠାନ, ସାମାଜିକ ସଂଗଠନ, ଯୋଗ ପ୍ରତିଷ୍ଠାନମାନେ ସକ୍ରିୟ ଅଂଶଗ୍ରହଣ କରିବେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.