ETV Bharat / state

ମଦ୍ଯପାନ କରିବାକୁ ଆସି ଉଠବସ ହେଲେ ଯୁବକ

ସରକାରଙ୍କ ଦ୍ବାରା ଲାଗୁ ଲକଡାଉନକୁ ଉଲ୍ଲଂଘନ । ବାଲେଶ୍ବରରେ ଅନ୍ୟ ଗାଁକୁ ମଦ୍ୟପାନ କରିବାକୁ ଆସି କିଛି ଯୁବକ ଗ୍ରାମବାସୀଙ୍କ ଦ୍ଵାରା କାନ ଧରି ଉଠବସ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 29, 2020, 2:59 PM IST

Updated : Mar 29, 2020, 3:12 PM IST

ମଦ୍ଯପାନ କରିବାକୁ ଆସି ଉଠବସ ହେଲେ ଯୁବକ
ମଦ୍ଯପାନ କରିବାକୁ ଆସି ଉଠବସ ହେଲେ ଯୁବକ

ବାଲେଶ୍ବର: କୋରୋନା ଯୋଗୁଁ ରାଜ୍ୟରେ ଜାରି ରହିଛି ଲକଡାଉନ । ଚାରିଆଡେ ଏବେ କୋରୋନା କଟକଣା । ସମସ୍ତଙ୍କୁ ଘରେ ରହିବାକୁ କୁହାଯାଉଛି । ହେଲେ ଏବେ ବି କିଛି ଲୋକ ଅମାନିଆ ହୋଇ ଲକଡାଉନକୁ ଉଲ୍ଲଂଘନ କରୁଛନ୍ତି । ରବିବାର ମଦ ପିଇବାକୁ ଆସି କିଛି ଯୁବକ ଗ୍ରାମବାସୀଙ୍କ ଦ୍ଵାରା କାନ ଧରି ଉଠବସ ହୋଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅବଜଣା ଗ୍ରାମରେ।

ମଦ୍ଯପାନ କରିବାକୁ ଆସି ଉଠବସ ହେଲେ ଯୁବକ

ବାସୁଦେବପୁର ଚଣ୍ଡୀ ଗାଁ ଓ ସାବରଙ୍ଗ ଗ୍ରାମର କିଛି ଯୁବକ ମଦ ପିଇବାକୁ ଅବଜଣା ଗ୍ରାମକୁ ଆସିଥିଲେ। କୋରୋନା ପାଇଁ ଗ୍ରାମବାସୀମାନେ ବାହାର ଲୋକଙ୍କୁ ନ ଛାଡିବା ପାଇଁ ସଚେତନତା କରୁଥିବା ସତ୍ତ୍ବେ ଏହି ଯୁବକମାନେ ଏହାକୁ ମାନି ନଥିଲେ। ଫଳରେ ଗ୍ରାମବାସୀ ଯୁବକମାନଙ୍କୁ କାନ ଧରି ଉଠବସ କରାଇଥିଲେ । ପରେ ଆଗକୁ ଏଭଳି ଭୁଲ ନକରି ସରକାରଙ୍କ କଥା ମାନିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଏହି ଯୁକମାନଙ୍କୁ ଛାଡିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 29, 2020, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.