ବାଲେଶ୍ବର: ଚୋରୀ ସନ୍ଦେହରେ ଯୁବକଙ୍କୁ ଆଣ୍ଠେଇବା ପରେ ନିସ୍ତୁକ ମାଡ । ଏହାର ପ୍ରତିବାଦ କରିବା ବଦଳରେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ କରୁଥିଲେ ଭିଡିଓ ସୁଟିଂ । ଷ୍ଟେସନ ବାହାରେ ଏଭଳି ଘଟିଯାଉଥିଲେ ମଧ୍ୟ ସ୍ଥାନୀୟ ଜିଆରପି ଓ ଆରପିଏଫ ଚୁପ୍ ହୋଇ ବସିବା ଆଲୋଡନ ସୃଷ୍ଟି କରିଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ରେଳ ଷ୍ଟେସନ ପରିସରରେ । ଶନିବାର ଭୋର 5ଟା ସମୟରେ ଘଟିଥିବା ଏଭଳି ଘଟଣା । ସୂଚନା ଅନୁଯାୟୀ, ଏଠାରେ ବ୍ୟାଗ ଚୋରୀ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ସ୍ଥାନୀୟ ଲୋକେ ଆଣ୍ଠେଇ ଦେବା ପରେ ନିସ୍ତୁକ ମାଡ ମାରିଥିଲ । ସର୍ବ ସମ୍ମୁଖରେ କାନଧରି ଯୁବକ ଜଣକ ଦଣ୍ଡ ପାଉଥିଲେ ମଧ୍ୟ ସ୍ଥାନୀୟ ଲୋକେ ଚୁପଚାପ୍ ଭିଡିଓ ରେକର୍ଡିଂ କରିଥିଲେ । କେହି ବି ଘଟଣାକୁ ପ୍ରତିବାଦ କରି ନଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ