ବାଲେଶ୍ଵର: ନୂତନ କୃଷି ବିଲ ବିରୋଧରେ ଜାତୀୟ ରାଜପଥ ଅବରୋଧ । ବାଲେଶ୍ଵର ରେମୁଣା ନେସ୍କୋ ଅଫିସ ସମ୍ମୁଖରେ ସିପିଆଇଏମ, କୃଷକ ସଙ୍ଗଠନ ଓ କଂଗ୍ରେସ ମିଳିତ ଭାବେ ନୂତନ କୃଷି ବିଲକୁ ବିରୋଧ କରି ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। କେନ୍ଦ୍ର ସରକାର ପାରିତ କରିଥିବା ନୂତନ କୃଷି ବିଲ କୃଷକମାନଙ୍କ ସ୍ବାର୍ଥ ପାଇଁ ନୁହେଁ ବରଂ ପୁଞ୍ଜିପତିଙ୍କୁ ଲାଭ ଦେବାପାଇଁ କରାଯାଇଛି ବୋଲି ଅଭିଯୋଗ ହୋଇଛି।
ଚାଷୀଙ୍କ ଶସ୍ୟ ସିଧାସଳଖ ବିକିବା ବଦଳରେ ନୂତନ ବିଲରେ ଘରୋଇକରଣକୁ ବିରୋଧ କରାଯାଇଛି। ତୁରନ୍ତ କୃଷି ମାରଣ ନୀତି ଏହି କୃଷି ବିଲ ପ୍ରତ୍ୟାହାର ପାଇଁ ଦାବି ହୋଇଛି। କୃଷକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏମଏସପି ଅନୁସାରେ ଶସ୍ୟ ବିକ୍ରି କରିବାର ସୁଯୋଗ ଦେବା ପାଇଁ ଦାବି ହୋଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତିନାୟକ, ଇଟିଭି ଭାରତ