ETV Bharat / state

ନୀଳଗିରି କଂଗ୍ରେସ ପ୍ରାର୍ଥୀଙ୍କୁ ନେଇ ତେଜୁଛି ବିବାଦ - ବାଲେଶ୍ୱର

ଥମୁନି ନୀଳଗିରି କଂଗ୍ରେସ ପ୍ରାର୍ଥୀ ବିବାଦ। କଂଗ୍ରେସ ପ୍ରାର୍ଥୀ ଭାବେ ରାଣୀ ମନୋଜା ମଞ୍ଜରୀ ଦେବୀଙ୍କୁ ଦଳୀୟ ଟିକେଟ ମିଳିବା ପରେ ୨୧ତାରିଖରୁ ଆରମ୍ଭ ହୋଇଛି ବିକ୍ଷୋଭ। କାହିଁକି ତାଙ୍କୁ ଟିକେଟ ମିଳିଲା ବୋଲି କର୍ମୀଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ । ତେବେ ଆଜି ପୁଣି ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ କର୍ମୀମାନେ ନୀଳଗିରି କଂଗ୍ରେସ ଭବନ ସାମନାରେ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Mar 25, 2019, 7:50 PM IST

Updated : Mar 25, 2019, 10:40 PM IST

ବାଲେଶ୍ୱର : ନୀଳଗିରିରେ କଂଗ୍ରେସ ପ୍ରାର୍ଥୀ ଭାବେ ରାଣୀମନୋଜା ମଞ୍ଜରୀ ଦେବୀଙ୍କୁ ଦଳୀୟ ଟିକେଟ ମିଳିବା ପରେ ୨୧ତାରିଖ ଜୋରଦାର ବିରୋଧ କରାଯାଇଥିଲା । ସେହିଦିନ ଏମିତି ପରିସ୍ଥିତି ହୋଇଥିଲା ଯେ ୨ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ପର୍ଯ୍ୟନ୍ତ କଥାଯାଇଥିଲା। ଆଉ ଏଥିରେ ୨ଜଣ ଆହତ ମଧ୍ୟ ହୋଇଥିବା ଖବର ମିଳିଥିଲା । ଆଜି ପୁଣି ଏହି ବିବାଦ ଘନାଉଥିବା ଦେଖିବାକୁ ମିଳିଛି । ନୀଳଗିରି କଂଗ୍ରେସ କାର୍ଯ୍ୟାଳୟ ସାମନାରେ ଆଜି ରାଣୀ ମନୋଜାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, କଂଗ୍ରେସର ୨ ପୁରୁଖା ନେତା ଅକ୍ଷୟ ଆଚାର୍ଯ୍ୟ ଓ ଚିତ୍ତରଂଜନ ଷଡ଼ଙ୍ଗୀ ଦଳକୁ ବଞ୍ଚାଇ ରଖିଥିବା କଥା କହୁଥିବାବେଳେ ରାଣୀମନୋଜାଙ୍କୁ କେମିତି ଟିକେଟ ମିଳିଲା ବୋଲି ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ନୀଳଗିରି କଂଗ୍ରେସ କାର୍ଯ୍ୟାଳୟ ସାମନାରେ ଛାତ୍ର କଂଗ୍ରେସ ଯୁବ କଂଗ୍ରେସ ଓ କର୍ମୀମାନେ ରାଣୀ ମନୋଜାଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା । ତୁରନ୍ତ ରାଣୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦାବି କରିବା ସହ ରାଣୀ ମନୋଜାଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
Last Updated : Mar 25, 2019, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.