ETV Bharat / state

‘ଦୁର୍ନୀତି ବିରୋଧରେ ଲଢୁଥିବା ନେତା ପ୍ରତାପ ଷଡଙ୍ଗୀ’

ସମ୍ପତ୍ତି ବୋଲି ତାଙ୍କ ପାଖରେ ଅଛି କେଇ ଖଣ୍ଡ ବହି, ଗୋଟିଏ ଚାଳ ଘର, ଠାକୁର ଘର ଆଉ କିଛି ବାସନ କୁସନ । ଏତିକିରେ ସୀମିତ ତାଙ୍କ ଦୁନିଆଁ । ଏ ପ୍ରକାର ସନ୍ୟାସୀ ଜୀବନ ବିତାନ୍ତି ବାଲେଶ୍ବରର ନବନିର୍ବାଚିତ ସାଂସଦ ପ୍ରତାପ ଷଡଙ୍ଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 29, 2019, 8:03 PM IST

ବାଲେଶ୍ବର: ସାଧାସିଧା ସନ୍ୟାସୀ ପରି ଜୀବନ ବିତାଉଛନ୍ତି ବାଲେଶ୍ବରରୁ ନବନିର୍ବାଚିତ ସାଂସଦ ପ୍ରତାପ ଷଡଙ୍ଗୀ । ଅନେକେ ତାଙ୍କୁ କହୁଛନ୍ତି ଓଡିଶାର ମୋଦି । ଘର ବୋଲି ତାଙ୍କର ଅଛି କେବଳ ଚାଳ ଘରଟିଏ । ନା ଅଛି ତାଙ୍କର କୌଣସି ବିଳାସବ୍ୟସନ ସାମଗ୍ରୀ, ନା ଜାକଜମକରେ ଜୀଇଁବାର ଇଚ୍ଛା । ସାଧାରଣ ମଣିଷଟେ ପରି ଜୀବନ ବିତାନ୍ତି ସେ । ଯଦିଓ ଆଗରୁ ଦୁଇ ଥର ବିଧାୟକ ପଦରେ ନିର୍ବାଚିତ ହୋଇଥିଲେ ପ୍ରତାପ, ତଥାପି ବଦଳିନି ପ୍ରତାପଙ୍କ ଜୀବନଶୈଳୀ । ଓ଼ଡିଶାବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ନିଜ ଜୀବନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ଦୀର୍ଘଦିନ ଧରି ତାଙ୍କ ଆଖପାଖରେ ରହିଥିବା ତାଙ୍କ ପାଖ ପଡିଶା କହନ୍ତି, ପ୍ରତାପ ଜଣେ ଉଚ୍ଚକୋଟିର ବ୍ୟକ୍ତିତ୍ବ । ତାଙ୍କ ରାଜନୈତିକ ଜୀବନ ଦାଗଶୂନ୍ୟ, ସେ ଅନେକଙ୍କ ପାଇଁ ଆଦର୍ଶ, ଆମ ଅଞ୍ଚଳ ପାଇଁ ସେ ଗର୍ବ ଓ ଗୌରବ । ପ୍ରତାପ ଷଡଙ୍ଗୀ ଦୁର୍ନୀତି ବିରୋଧରେ ଲଢ଼ୁଥିବା ମଣିଷ, ସାଧାରଣ ଜନତାଙ୍କୁ ନ୍ୟାୟ ଦେଉଥିବା ନେତା । ତେବେ ପ୍ରତାପ ଷଡଙ୍ଗୀଙ୍କ ଗାଁ ଗୋପୀନାଥପୁର ଶାସନରେ ପହଁଞ୍ଚିଥିଲେ ଆମ ସମ୍ବାଦଦାତା ଓ ପ୍ରତାପଙ୍କ ବିଷୟରେ ଆଲୋଚନା କରିଥିଲେ ତାଙ୍କ ପାଖ ପଡୋଶୀଙ୍କ ସହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.