ETV Bharat / state

ଆସୁଛି ଆଲୋକର ପର୍ବ ଦୀପାବଳି, ମାଟିଦୀପ ତିଆରିରେ ନିମଗ୍ନ କାରିଗର

author img

By

Published : Oct 30, 2021, 8:19 AM IST

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଆଲୋକରେ ସଜେଇ ହେବ ସବୁ ସ୍ଥାନ। ଏନେଇ ବାଲେଶ୍ବର ସହର ପୁରୁଣା-ବାଲେଶ୍ବର ଅଞ୍ଚଳରେ ରହୁଥିବା ୬୦ରୁ ଅଧିକ କୁମ୍ଭକାର ପରିବାର ଏବେ ଦୀପ ତିଆରିରେ ବ୍ୟସ୍ତ । ଅଧିକ ପଢନ୍ତୁ...

ଆସୁଛି ଆଲୋକର ପର୍ବ ଦୀପାବଳି, ମାଟିଦୀପ ତିଆରିରେ ନିମଗ୍ନ କାରିଗର
ଆସୁଛି ଆଲୋକର ପର୍ବ ଦୀପାବଳି, ମାଟିଦୀପ ତିଆରିରେ ନିମଗ୍ନ କାରିଗର

ବାଲେଶ୍ବର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଆଲୋକରେ ସଜେଇ ହେବ ସବୁସ୍ଥାନ। ଅନ୍ଧାର ଦୂରେଇ ଧରାପୃଷ୍ଠରେ ଚମକିବ ଆଲୋକ। ଏଥିପାଇଁ ସାଧାରଣତଃ ଘର ମାନଙ୍କରେ ବିଭିନ୍ନ ପ୍ରକାର ଲାଇଟ, ଦୀପ ଆଦି ବ୍ୟବହାର କରି ଘରକୁ ସୁନ୍ଦର ଭାବେ ସଜାଇଥାନ୍ତି ଲୋକେ।

ବିଶେଷ ଭାବେ ଦୀପାବଳିରେ ମାଟିଦୀପର ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଧାର୍ମିକ ମାନ୍ୟତା ଅନୁଯାୟୀ, ମାଟି ଦୀପ ଘରେ ସକରାତ୍ମକ ଶକ୍ତି ଆଣିଥାଏ । ଏନେଇ ମାଟିଦୀପରେ ତେଲ ଦେଇ ଲୋକମାନେ ଘର ଅଗଣା ସଜାଇଥାଆନ୍ତି । ଆଉ ଏହି ମାଟିଦୀପ କାରିଗର ଏବେ ନିମଗ୍ନ ହୋଇଛନ୍ତି ଦୀପାବଳିକୁ ନେଇ।

ବାଲେଶ୍ବର ସହର ପୁରୁଣା-ବାଲେଶ୍ବର ଅଞ୍ଚଳରେ ରହୁଥିବା ୬୦ରୁ ଅଧିକ କୁମ୍ଭକାର ପରିବାର ଏବେ ଦୀପ ତିଆରିରେ ବ୍ୟସ୍ତ । କୋରୋନା ପାଇଁ ଲଗାତାର ଲକଡାଉନ ଓ ସଟଡାଉନ ହେବା ଯୋଗୁଁ ଆର୍ଥିକ ସଙ୍କଟ ସହିନପାରି ଅନେକ କୁମ୍ଭକାର ପରିବାରର ଯୁବକମାନେ କୁଳବେଉସା ଛାଡ଼ି ଦାଦନ ଖଟିବାକୁ ବାହାରକୁ ପଳାଇଲେଣି । ବର୍ତ୍ତମାନ ୩୦ଟି ପରିବାର ନିଜର ବହୁ କଷ୍ଟରେ ସେମାନଙ୍କ କୌଳିକବୃତ୍ତିକୁ ବଜାୟ ରଖି ମାଟିରେ ହାଣ୍ଡି, ପଲମ, ସୁରେଇ, ତେଲୁଣି, ଝୁଣାସରା, କଳସ, ଘଟ, ମାଛଜାଲରେ ବ୍ୟବହୃତ ଚକି, ଚା କପ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ଗାଁ ଓ ବଜାରରେ ବିକ୍ରି କରୁଛନ୍ତି । ଆଉ ଏବେ ଆଲୋକର ପର୍ବ ଦୀପାବଳି ପାଇଁ ଚଳଚଞ୍ଚଳ ହୋଇଉଠିଛି କୁମ୍ଭାରସାହି ଅଞ୍ଚଳ।

ପିଲା ଠାରୁ ବୁଢ଼ା, ଏପରିକି ସମ୍ପୂର୍ଣ୍ଣ କୁମ୍ଭାକାର ପରିବାର ଦୀପ ତିଆରି କାମରେ ଯେପରି ଦିନରାତି ଏକ କରି ଦେଇଛନ୍ତି । କିଏ ହାତରେ ଚକ ବୁଲାଇ ତ କିଏ ଯାନ୍ତ୍ରିକ ଚକ ସାହାଯ୍ୟରେ ଦୀପ ତିଆରି କରୁଥିବା ବେଳେ ଆଉ କିଏ ହାତରେ ଗଢ଼ି ଚାଲିଛନ୍ତି ଭଳିକି ଭଳି ଆକର୍ଷଣୀୟ ଦୀପ । ତେବେ ଦୀପାବଳିରେ ଗାଁଠୁ ସହର ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ ହେବା ସହ ଆତସବାଜି ଶବ୍ଦରେ ପ୍ରକମ୍ପିତ ହୋଇଉଠେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.