ETV Bharat / state

ଦାରିଦ୍ର୍ୟର ତାଡନାରେ ମାଆ, ବିଛଣାରେ ଯନ୍ତ୍ରଣା ଭୋଗୁଛି ପୁଅ - ବାଲେଶ୍ବର ଅସହାୟ ମହିଳା

ବିଛଣାରେ ପଡିଛି ଦିବ୍ୟାଙ୍ଗ ପୁଅ । ନା ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ଅଛି, ନା ଦୁଇ ଓଳି ଦୁଇ ମୁଠା ଭଲରେ ଖାଇବାକୁ ମିଳୁଛି । ଦିବ୍ୟାଙ୍ଗ ପୁଅ ଧରି ଦୁଃଖ ଯନ୍ତ୍ରଣାରେ ଦିନ କାଟୁଛନ୍ତି ବାଲେଶ୍ବର ଜିଲ୍ଲା ରାଇବଣିଆର କୁନି ଗାନ୍ଧୀ । ଅଧିକ ପଢନ୍ତୁ

baleswar poor family seeks goverment help
ଦାରିଦ୍ର୍ୟର ତାଡନାରେ ମାଆ, ବିଛଣାରେ ଯନ୍ତ୍ରଣା ଭୋଗୁଛି ପୁଅ
author img

By

Published : Sep 7, 2022, 11:17 AM IST

Updated : Sep 7, 2022, 1:03 PM IST

ବାଲେଶ୍ବର: ଦଇବ ଦାଉ ସାଧିଛି । ସ୍ବାମୀଙ୍କ ମୃତ୍ୟୁ ପରେ ପୁଅ ମୁହଁ ଚାହିଁ ବଞ୍ଚିବାର ଆଶା ରଖିଥିବା ମାଆ ଦୁଃଖର ପାହାଡ ତଳେ ଚାପି ହୋଇପଡିଛି । ଗୋଟିଏ ପଟେ ଦାରିଦ୍ର୍ୟର ତାଡନା ଏବଂ ଅନ୍ୟପଟେ ବିଛଣାରେ ପଡିଛି ଦିବ୍ୟାଙ୍ଗ ପୁଅ । ନା ମୁଣ୍ଡ ଗୁଞ୍ଜିବାକୁ ଭଲ ଛାତଟିଏ ଅଛି, ନା ଦୁଇ ଓଳି ଦୁଇ ମୁଠା ଭଲରେ ଖାଇବାକୁ ମିଳୁଛି । ଏହିଭଳି ପ୍ରତିଦିନ ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ଦିନ କାଟୁଛନ୍ତି ବାଲେଶ୍ବର ଜିଲ୍ଲା ରାଇବଣିଆ ଗ୍ରାମର କୁନି ଗାନ୍ଧୀ ଏବଂ ତାଙ୍କ ଦିବ୍ୟାଙ୍ଗ ପୁଅ । କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ ଭଉଣୀଙ୍କୁ ନେଇ ଆସେ । ଠିକ୍ ସେମିତି କିଛି ଘଟିଛି କୁନିଙ୍କ କ୍ଷେତ୍ରରେ ।

ବିଛଣାରେ ପଡିଛି ଦିବ୍ୟାଙ୍ଗ ପୁଅ

ରାଇବଣିଆ ଗାଁର କୁନି ଗାନ୍ଧୀ । ସ୍ବାମୀଙ୍କ ମୃତ୍ୟୁ ପରେ ପୁଅର ମୁହଁକୁ ଚାହିଁ ଆଜି ସେ ବୟସର ଅପରାହ୍ନରେ ପହଞ୍ଚିଛନ୍ତି । ଏହି ଗରୀବ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡିଛି । ପୁଅ ତପନ ଗାନ୍ଧୀ ଜନ୍ମରୁ ଭିନ୍ନକ୍ଷମ । ୩୫ ବର୍ଷ ହେଲାଣି ତପନ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଯେଉଁ ବୟସରେ ପୁଅ ମାଆର ଆଶାବାଡି ହେବା କଥା, ସେହି ବୟସରେ ଏବେ ସେ ମାଆ ପାଇଁ ବୋଝ ସାଜିଛନ୍ତି । ଦଣ୍ଡେ ଚାଲିବାକୁ ଅକ୍ଷମ ତପନ । ଖାଇବା ପିଇବା ଠାରୁ ଆରମ୍ଭ କରି ପୁଅର ଯେତେସବୁ ନିତ୍ୟକର୍ମ ମାଆ କୁନି କରୁଛନ୍ତି । ମାଳ ମାଳ ସରକାରୀ ଯୋଜନା ଭିତରେ ଏହି ଗରୀବ ପରିବାର ପକ୍କା ଘର ଠାରୁ ବଞ୍ଚିତ । ଚାଉଳ ଓ ଭତ୍ତା ବ୍ୟତୀତ ସେମାନେ ଅନ୍ୟ କୌଣସି ସରକାରୀ ସହାୟତା ପାଉନାହନ୍ତି । ତେଣୁ ବର୍ଷ ବର୍ଷ ହେଲାଣି ଭାଗ୍ୟକୁ ଆଦରି ଭଙ୍ଗା ମାଟି ଛପର ଘରେ ଦିନ କାଟୁଛନ୍ତି ମାଆପୁଅ ।

ଏହାମଧ୍ୟ ପଢନ୍ତୁ: ଅସୁସ୍ଥ ଥିବାରୁ ଆତ୍ମହତ୍ୟା କଲେ ପୋକ୍ସୋ କୋର୍ଟ ବିଚାରପତି, ପତ୍ନୀଙ୍କ ବୟାନ !

ପୁଅ ତପନ ଶତ ପ୍ରତିଶତ ବିକଳାଙ୍ଗ ହୋଇଥିବା ବେଳେ ତାଙ୍କୁ ମାତ୍ର ୭୦ ପ୍ରତିଶତର ସାର୍ଟିଫିକେଟ ମିଳିଛି । କେବଳ ଭତ୍ତା ବ୍ୟତୀତ ଅନ୍ୟ କିଛି ଦିବ୍ୟାଙ୍ଗ ସହାୟତା ସରକାରୀ ସ୍ତରରେ ମିଳି ପାରିନାହିଁ । ଏଭଳି ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଥିବା ଏହି ପରିବାର ପାଖରେ ପ୍ରଶାସନ ପକ୍ଷରୁ ସହାୟତା ପହଞ୍ଚିବାରେ ଏତେ ବିଳମ୍ବ କାହିଁକି ତାହା ଏବେ ବଡ଼ ପ୍ରଶ୍ନବାଚୀ । ତପନ ଗାନ୍ଧୀଙ୍କ ଚିକିତ୍ସା ପାଇଁ ମାସକୁ ଖର୍ଚ୍ଚ ହେଉଥିବା ଟଙ୍କା ଯୋଗାଡ ପାଇଁ ମାଆ ଅସମର୍ଥ ହେଉଥିବା ବେଳେ ସରକାରୀ ସ୍ତରରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଦାବି ହୋଇଛି । ଏହାସହ ଏ ଦୁଃଖୀ ପରିବାରକୁ ସମସ୍ତ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Sep 7, 2022, 1:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.