ETV Bharat / state

ବାଡ଼ିଖେଳରେ ରାଜନୈତିକ ବିବାଦ!

ବାଲେଶ୍ବରରେ ଲୋକମାନେ ବାଡ଼ି ଖେଳର ମଜା ନେଉଥିବା ବେଳେ ହଠାତ ଏମିତି କିଛି ହୋଇଥିଲା ଯାହା କିଛି ସମୟ ପାଇଁ ଉତ୍ତେଜନା ପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 9, 2019, 2:48 AM IST

ବାଲେଶ୍ଵର: ସିନେମା ଛକରେ ଆୟୋଜିତ ବାଡ଼ି ଖେଳରେ ରାଜନୈତିକ ବିବାଦ ହୋଇଥିବା ଦେଖିବାକୁ ମିଳିଥିଲା । ଲୋକମାନେ ବାଡ଼ି ଖେଳର ମଜା ନେଉଥିବା ବେଳେ ହଠାତ ଏମିତି କିଛି ହୋଇଥିଲା ଯାହା କିଛି ସମୟ ପାଇଁ ଉତ୍ତେଜନା ପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଡ଼ି ଖେଳରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୋଗଦେଇଥିବା ବେଳେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ । ଗୋଟିଏ ମଞ୍ଚରେ ଦୁଇଜଣ ଅତିଥି ଭାବେ ବିରାଜମାନ ହୋଇଥିବା ବେଳେ ବିଜେପିର କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବାଡ଼ି ଖେଳିବା ପାଇଁ ଡାକିଥିଲେ । ମାତ୍ର ଉପଯୁକ୍ତ ସୁଯୋଗ ସୃଷ୍ଟି ନହେବାରୁ ମନ୍ତ୍ରୀ ବାଡ଼ି ଖେଳି ପାରିନଥିଲେ ।
ଏହାରି ଭିତରେ ଏକ ଆଖଡା ଦଳ ଖେଳ ପ୍ରଦର୍ଶନ ପାଇଁ ପହଞ୍ଚିଥିଲା । ଆଖଡା ଦଳର ସର୍ଦ୍ଦାର ବାଡ଼ି ଖେଳିବା ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଆମନ୍ତ୍ରଣ କରିଥିଲେ । ରବୀନ୍ଦ୍ର ଜେନା ବାଡ଼ି ଧରି ନିଜ ଖେଳ ପ୍ରଦର୍ଶନ କରିଥିଲେ । ଏହାପରେ ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ ବାଡ଼ି ଖେଳିବା ପାଇଁ ଆମନ୍ତ୍ରଣ କରିଥିଲେ । ମାତ୍ର ଆଖଡା ଦଳର ସର୍ଦ୍ଦାର ତଥା ବିଜେଡି କର୍ମୀ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଦେଖା ଦେଇଥିଲା ବିବାଦ ।

ବେଶ କିଛି ସମୟ ଠେଲାପେଲା ଚାଲିବା ଯୋଗୁଁ ମନ୍ତ୍ରୀ ଆଉ ବାଡ଼ି ନଖେଳି ନିଜ ସ୍ଥାନରେ ଆସି ବସିଥିଲେ । ମାତ୍ର ମନ୍ତ୍ରୀଙ୍କୁ ବିରୋଧ କରାଯାଇଥିବାରୁ ଏହା ରାଜନୈତିକ ବିବାଦ ଆଡକୁ ଠେଲି ହୋଇଯାଇଥିଲା । ବେଶ କିଛି ସମୟ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ସମ୍ପୃକ୍ତ ସର୍ଦ୍ଦାରଙ୍କ କହିବା ଅନୁସାରେ, କେନ୍ଦ୍ରମନ୍ତ୍ରୀ ବାଲେଶ୍ଵର ବିକାଶ ଦିଗରେ ଯତ୍ନବାନ ନୁହଁନ୍ତି । ମନ୍ତ୍ରୀ ହେବାର ଦୀର୍ଘଦିନ ପରେ ମଧ୍ୟ ବାଲେଶ୍ଵର ପାଇଁ ସେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେଇଥିପାଇଁ ମନ୍ତ୍ରୀଙ୍କୁ ବାଡ଼ି ଖେଳିବା ପାଇଁ ଦିଆଗଲା ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହାକୁ ଅଯଥା ରାଜନୀତି ରଙ୍ଗ ଦିଆଯାଉଥିବା କଥା କହିଛନ୍ତି ମନ୍ତ୍ରୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ସିନେମା ଛକରେ ଆୟୋଜିତ ବାଡ଼ି ଖେଳ ରେ ରାଜନୈତିକ ବିବାଦ ହୋଇଥିବା ଦେଖିବାକୁ ମିଳିଥିଲା। ଲୋକମାନେ ବାଡ଼ି ଖେଳର ମଜା ନେଉଥିବା ବେଳେ ହଠାତ ଏମିତି କିଛି ହୋଇଥିଲା ଯାହା କିଛି ସମୟ ପାଇଁ ଉତ୍ତେଜନାପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା।

Body:ବାଡ଼ି ଖେଳରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୋଗଦେଇଥିବା ବେଳେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ। ଗୋଟିଏ ମଞ୍ଚରେ ଦୁଇଜଣ ଅତିଥି ଭାବେ ବିରାଜମାନ ହୋଇଥିବା ବେଳେ ବିଜେପିର କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବାଡ଼ି ଖେଳିବା ପାଇଁ ଡାକିଥିଲେ। ମାତ୍ର ଉପଯୁକ୍ତ ସୁଯୋଗ ସୃଷ୍ଟି ନହେବାରୁ ମନ୍ତ୍ରୀ ବାଡ଼ି ଖେଳି ପାରି ନଥିଲେ। ଏହାରି ଭିତରେ ଏକ ଆଖଡା ଦଳ ଖେଳ ପ୍ରଦର୍ଶନ ପାଇଁ ପହଞ୍ଚିଥିଲା। ଆଖଡା ଦଳର ସର୍ଦ୍ଦାର ବାଡ଼ି ଖେଳିବା ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଆମନ୍ତ୍ରଣ କରିଥିଲେ। ରବୀନ୍ଦ୍ର ବାଡ଼ି ଧରି ନିଜ ଖେଳ ପ୍ରଦର୍ଶନ କରିଥିଲେ। ଏହାପରେ ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ ବାଡ଼ି ଖେଳିବା ପାଇଁ ଆମନ୍ତ୍ରଣ କରିଥିଲେ। ମାତ୍ର ଆଖଡା ଦଳର ସର୍ଦ୍ଦାର ତଥା ବିଜେଡି କର୍ମୀ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଦେଖା ଦେଇଥିଲା ବିବାଦ। ବେଶ କିଛି ସମୟ ଠେଲାପେଲା ଚାଲିବା ଯୋଗୁଁ ମନ୍ତ୍ରୀ ଆଉ ବାଡ଼ି ନ ଖେଳି ନିଜ ସ୍ଥାନରେ ଆସି ବସିଥିଲେ। ମାତ୍ର ମନ୍ତ୍ରୀଙ୍କୁ ବିରୋଧ କରାଯାଇଥିବାରୁ ଏହା ରାଜନୈତିକ ବିବାଦ ଆଡକୁ ଠେଲି ହୋଇଯାଇଥିଲା। ବେଶ କିଛି ସମୟ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ କଥା କତାକଟି ହୋଇଥିବା ଦେଖିବାକୁ ମିଳିଥିଲା।

Conclusion:ତେବେ ସମ୍ପୃକ୍ତ ସର୍ଦ୍ଦାରଙ୍କ କହିବା ଅନୁସାରେ, ମନ୍ତ୍ରୀ ବାଲେଶ୍ଵର ବିକାଶ ଦିଗରେ ଯତ୍ନବାନ ନୁହନ୍ତି। ମନ୍ତ୍ରୀ ହେବାର ଦୀର୍ଘଦିନ ପରେ ମଧ୍ୟ ବାଲେଶ୍ଵର ପାଇଁ ସେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେଇଥିପାଇଁ ମନ୍ତ୍ରୀ ଙ୍କୁ ବାଡ଼ି ଖେଳିବା ପାଇଁ ଦିଆଗଲା ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଏହାକୁ ଅଯଥା ରାଜନୀତି ରଙ୍ଗ ଦିଆଯାଉଥିବା କଥା କହିଛନ୍ତି ମନ୍ତ୍ରୀ।
ବାଇଟ1- ସମ୍ପୃକ୍ତ ସର୍ଦ୍ଦାର
ବାଇଟ2- ପ୍ରତାପ ଚନ୍ଦ୍ର ଷଡଙ୍ଗୀ(କେନ୍ଦ୍ରମନ୍ତ୍ରୀ)
ବାଇଟ3- ବିଜେପି କର୍ମୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.