ବାଲେଶ୍ବର: ବାଲେଶ୍ବର ଜିଲ୍ଲା ରେମୁଣା ଥାନା ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏଥିରେ ଦୁଇ ଜଣ ଲୋକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଥିସହ ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ପୋଲିସ ମୁତୟନ କରାଯାଇଛି ।
ଏହା ସହ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ଦୁଇ ଦଳର ଦୁଇ ଜଣ କର୍ମୀଙ୍କ ମଧ୍ୟରେ ଦଳ ଅଦଳ ବଦଳକୁ ନେଇ ଆରମ୍ଭ ହୋଇଥିଲା ତିକ୍ତତା ।
ଫଳରେ ଉଭୟଙ୍କ ମଧ୍ୟରେ ତୁମୁଳ କାଣ୍ଡ ହୋଇଥିଲା । ମାତ୍ର କିଛି ସମୟ ମଧ୍ୟରେ ଉଭୟ ଦଳର କର୍ମୀ ସେଠାରେ ପହଞ୍ଚି ଠେଙ୍ଗା ବାଡ଼ିରେ ପରସ୍ପରକୁ ଆକ୍ରମଣ କରିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ