ETV Bharat / state

ନିୟମ କାହା ପାଇଁ ? ପୋଲିସ ଗାଡିରୁ ବାହାରୁଛି ଚିମିନି ଭଳି ଧୂଆଁ - police break rule in balasore

ରାସ୍ତାରେ ଚିମିନି ଭଳି ଧୂଆଁ ଛାଡି ଆଗକୁ ଗଡି ଚାଲିଛି ଗାଡି । କୌଣସି ସାଧାରଣ ଲୋକଙ୍କ ଗାଡି ନୁହେଁ ପୋଲିସ ଗାଡିରୁ ବାହାରୁଛି ଏଭଳି ଧୂଆଁ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 27, 2019, 8:55 PM IST

Updated : Sep 27, 2019, 9:07 PM IST

ବାଲେଶ୍ବର: ନୂଆ ମୋଟର ଯାନ ଆଇନ । ଯାହାକୁ ନେଇ ସଭିଁଙ୍କ ମନରେ ଏକ ପ୍ରକାର କୋକୁଆ ଭୟ । ଅବଶ୍ୟ ରାଜ୍ୟରେ କୋହଳ କରାଯାଇଛି ଏହି ନୂଆ ନିୟମ ।ତଥାପି ଲୋକଙ୍କୁ ସଚେତନ କରୁଛି ପୋଲିସ । ତେବେ ବାଲେଶ୍ବରର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଭାବିବେ ଆଇନର ରକ୍ଷକ କିଭଳି ଭାବେ ଆଇନ ପାଳନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦେଖନ୍ତୁ ଏ ଭିଡିଓକୁ । ଏ ହେଉଛି ପୋଲିସ ଗାଡି । ଗାଡିରୁ କିଭଳି ଚିମିନି ଭଳି ଧୂଆଁ ବାହାରୁଛି । ପ୍ରଦୂଷଣ ସାର୍ଟିଫିକେଟକୁ କଡାକଡା କରାଯାଇଥିବା ବେଳେ ପୋଲିସର ଗାଡିରୁ ଏଭଳି ଧୂଆଁ ବାହାରୁଛି । ଏଥିପ୍ରତି ଯେମିତି କାହାର ନିଘା ନାହିଁ । ଏହି ଭିଡିଓଟି ଗତ କିଛିଦିନ ହେବ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।

ଯାଞ୍ଚରୁ ଏହି ଗାଡିଟି ସୋର ଥାନାର ବୋଲି ଜଣାପଡିଛି । ଏପରିକି ଗାଡିର ଇନସ୍ୟୁରାନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ ନଥିବା ମଧ୍ୟ ଜଣାପଡିଛି । ଗାଡିର ଡିଜେଲ ପମ୍ପ ଖରାପ ଯୋଗୁଁ ଧୂଆଁ ବାହାରୁଥିବା ସୂଚନା ମିଳିଥିବା ବେଳେ ପରେ ଗାଡିଟିକୁ ସଜଡା ଯାଇଥିବା କହିଛନ୍ତି । ତେବେ ଗାଡିଟି କେତେ ଦିନ ଧରି ରାସ୍ତାରେ ଚାଲୁଥିଲା ତାହା ଜଣାପଡିନାହିଁ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ନୂତନ ମୋଟର ଯାନ ଆଇନ ଲାଗୁପରେ ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତା ମୂଳକ କରାଯାଇଛି। ଅବଶ୍ୟ ଆଇନକୁ ଏବେ କୋହଳ କରାଯାଇଛି ହେଲେ ଏହି କୋହଳ ସାଧାରଣ ଲୋକଙ୍କ ପାଇଁ ନା ସରକାରୀ ଗାଡି ପାଇଁ ତାହା ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି।

ପଲ୍ୟୁସନ ସେଣ୍ଟର ଆଗରେ ଏବେ ସାଧାରଣ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ଡିସେମ୍ବର ମାସ ଯାଏ ଏହାକୁ କୋହଳ କରାଯାଇଥିବା ବେଳେ ଏବେ ସାଧାରଣ ଲୋକେ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଘଣ୍ଟାଘଣ୍ଟା ପଲ୍ୟୁସନ ସେଣ୍ଟର ଆଗରେ ଲାଇନ ଦେଉଛନ୍ତି। ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ସୋର ଜାତୀୟ ରାଜପଥରେ ପୋଲିସ ଲେଖା ବୋଲେରୋ ଗାଡି ରାସ୍ତାରେ ପ୍ରବଳ ଧୂଆଁ ଛାଡି ଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଗାଡିର ନମ୍ବର ଅନଲାଇନରେ ଚେକ କରିବା ପରେ ସେଥିରେ ଇନସ୍ୟୁରାନ୍ସ ଓ ପ୍ରଦୂଷଣ ମୁକ୍ତ ପଞ୍ଜୀକରଣ ନଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଗାଡିର ଡିଜେଲ ପମ୍ପ ଖରାପ ଯୋଗୁଁ ଏମିତି ଧୂଆଁ ବାହାରୁଥିବା ବେଳେ ଗାଡିକୁ ସନ୍ଧ୍ୟା ବେଳେ ସଜଡ଼ା ଯାଇଥିବା ଜଣାପଡିଛି। ତେବେ OR 05AQ- 3206 ନମ୍ବର ବିଶିଷ୍ଟ ବୋଲେରୋଟି ସୋର ଥାନାର ବୋଲି ସୂଚନା ମିଳିଛି। ଏମିତି ଧୂଆଁ କାଢି ବୋଲେରୋ ରାସ୍ତାରେ କେତେଦିନ ଗାଡି ଯିବା ଆସିବା କରୁଥିଲା ତାହା କିଛି ସ୍ପଷ୍ଟ ଜଣାପଡିନାହିଁ। Conclusion:
Last Updated : Sep 27, 2019, 9:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.