ETV Bharat / state

ଅଙ୍ଗନବାଡିକର୍ମୀଙ୍କ ମନମୁଖୀ କାର୍ଯ୍ୟ, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ - ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କାଶୀମାବାଦ 3ନଂ ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

ଅଙ୍ଗନବାଡିକର୍ମୀଙ୍କ ମନମୁଖୀ କାର୍ଯ୍ୟ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

author img

By

Published : Jul 30, 2022, 7:31 AM IST

ବାଲେଶ୍ବର: ଅଙ୍ଗନବାଡି କେନ୍ଦ୍ରର ଅନିୟମିତତା ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କାଶୀମାବାଦ 3ନଂ ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଅଙ୍ଗନବାଡିକର୍ମୀଙ୍କ ମନମୁଖୀ କାର୍ଯ୍ୟ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଏଠାରେ 50 ଜଣ ପିଲା ପଢୁଛନ୍ତି । ଏହି ପିଲାଙ୍କ ପାଇଁ ସରକାରୀ ସ୍ତରରୁ ଆସୁଥିବା ଅଣ୍ଡା, ଛତୁଆ ଆଦି କେନ୍ଦ୍ରରେ ନରଖି କର୍ମୀ ନିଜ ଘରେ ରଖୁଥିବା ବେଳେ ପିଲା ଓ ପ୍ରସୂତିଙ୍କୁ ଖାଦ୍ୟ ବଣ୍ଟନ କରୁ ନଥିବା ଅଭିଯୋଗ ହୋଇଛି । ଯାଞ୍ଚ କମିଟିର କୌଣସି ମତ ନନେଇ ମନମୁଖୀ କାର୍ଯ୍ୟ ଚଳାଉଛନ୍ତି କର୍ମୀ । ସେପଟେ ଏ ବିଷୟରେ ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କୁ ଅଭିଯୋଗ କଲେ ସେ ଏବିଷୟରେ କିଛି ଉତ୍ତର ନ ଦେଇ ଅଶ୍ଳୀଳ ଭାଷାରେ ଗାଳିଦେଉଥିବା କହିଛନ୍ତି ଗ୍ରାମବାସୀ । ଏହାସହ ବାରମ୍ବାର ଅଭଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.