ETV Bharat / state

ମାଛ ଧରିବା ବେଳେ ପୋଖରୀରେ ବୁଡି ଯୁବକ ମୃତ

ମାଛ ଧରିବା ହେଲା କାଳ । ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ବାଲେଶ୍ବର ଜିଲ୍ଲା ବାହାନାଗା ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା ।

author img

By

Published : Jun 9, 2019, 5:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ମାଛ ଧରିବା ବେଳେ ଅଘଟଣ । ପୋଖରୀରେ ଗୋଡ ଖସି ଯୁବକ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାହାନାଗା ଅଞ୍ଚଳରେ । ମୃତକ ହେଲେ ଶୁଭଜିତ୍ ସାମଲ ।

ସେ ରବିବାର ମାଛ ଧରିବାକୁ ସ୍ଥାନୀୟ ଷଠି ମଙ୍ଗଳା ଛକ ନିକଟରେ ଥିବା ମାତାଜୀ ପୋଖରୀକୁ ଯାଇଥିଲେ । ମାଛ ଧରୁଥିବା ବେଳେ ଅସାବଧାନତା ବଶତଃ ପାଦ ଖସି ଯାଇଥିଲା । ଦୀର୍ଘ ସମୟ ଖୋଜାଖୋଜି ପରେ ପୋଖରୀରୁ ଗ୍ରାମବାସୀମାନେ ଶୁଭଜିତଙ୍କୁ ଉଦ୍ଧାର କରି ଗୋପାଳପୁର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଶୁଭଜିତଙ୍କୁ ମୃତ ଘୋଷଣା କରିଥିଲେ। ଶୁଭଜିତ ଜଣେ ବିଇଡି ଛାତ୍ର ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

rte

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.