ETV Bharat / state

ଜଳେଶ୍ବରରୁ 10 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଆଜି(ଶୁକ୍ରବାର)ସକାଳେ ଜଳେଶ୍ବର ଅଞ୍ଚଳରୁ କେନ୍ଦ୍ରୀୟ ଅବକାରୀ ଟିମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛି।

ବ୍ରାଇନସୁଗାର କବଳରେ ଜଳେଶ୍ବର
author img

By

Published : Aug 30, 2019, 12:00 PM IST

ବାଲେଶ୍ବର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ବ୍ରାଉନସୁଗାର କାରବାର । ଗତ କିଛିଦିନ ହେବ ବାଲେଶ୍ବରର ଜଳେଶ୍ବର ଅଞ୍ଚଳରେ ବ୍ୟାପକ ବ୍ରାଉନ ସୁଗାର କାରବାର ଚାଲୁଥିବା ଅଭିଯୋଗ ହୋଇଛି । 2 ଦିନ ପୂର୍ବରୁ ବସ୍ତା ପୋଲିସର ଚଢାଉ ବେଳେ ବ୍ୟାପକ ବ୍ରାଉନ ସୁଗର ସହ ଜଣେ ବେପାରୀକୁ ଗିରଫ କରିଥିଲା।

ବ୍ରାଇନସୁଗାର କବଳରେ ଜଳେଶ୍ବର

ସେହିପରିଶୁକ୍ରବାର ସକାଳେ ଜଳେଶ୍ବର ଅଞ୍ଚଳରୁ କେନ୍ଦ୍ରୀୟ ଅବକାରୀ ଟିମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛି। ଜବତ ହୋଇଥିବା ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି।

ତେବେ ଗୁରୁବାର ରାତିରୁ କେନ୍ଦ୍ରୀୟ ଟିମ ଜଳେଶ୍ବର ଅଞ୍ଚଳରେ ଛାପା ମାରିବା ଆରମ୍ଭ କରିଥିଲା। ସକାଳେ ଷ୍ଟେସନ ନିକଟରୁ ରାଜପୁର ବସ୍ତି ଅଞ୍ଚଳର ବେପାରିକୁ ଗିରଫ କରିବା ସହ ତାଙ୍କ ନିକଟରୁ 105 ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.