ବାଲେଶ୍ବର: ଅଭିଯୁକ୍ତ ଓ ପୋଲିସ ମଧ୍ୟରେ 4 ଘଣ୍ଟାର ଛକାପଞ୍ଜା ପରେ ଶେଷରେ ଅଭିଯୁକ୍ତକୁ କାବୁ କଲା ପୋଲିସ। ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପୁର ଗାଁରେ ।
ସୂଚନାଅନୁସାରେ, ଗ୍ରାମର ଈଶ୍ୱର ମହାଳିକ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି । ଗତ 2 ଦିନ ତଳେ ଜାତୀୟ ରାଜପଥରେ ଈଶ୍ୱର ନାଁରେ ଡକାୟତି ଅଭିଯୋଗ ସହଦେବଖୁଣ୍ଟା ଥାନାରେ ହୋଇଥିଲା ।
ରବିବାର ଭୋର 5ଟା ସମୟରେ ପୋଲିସ ଈଶ୍ୱରଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା। ପୋଲିସକୁ ଦେଖି ଈଶ୍ୱର ଉତ୍ୟକ୍ତ ହୋଇ ତାଙ୍କ ଉପରକୁ ସୁତୁଲୀ ବୋମା, ବୋତଲ, ଟେକା ମାଡ କରିଥିଲା। ନିଜ ଘର ଛାତ ଉପରେ ଈଶ୍ୱର ଗ୍ୟାସ ଟାଙ୍କି ଧରି ନିଆଁ ଲଗାଇଦେବାର ଧମକ ମଧ୍ୟ ଦେଇଥିଲା।
ଏହାପରେ ଦିର୍ଘ ସମୟ ଧରି ଛକାପଞ୍ଜା ପରେ ଶେଷରେ ଈଶ୍ୱରକୁ କାବୁ କରିଥିଲା ପୋଲିସ। ଏଥିରେ 2 ସେକ୍ସନ ପୋଲିସ ମୁତୟନ ହୋଇଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ