ETV Bharat / state

ସହାୟତା ଅପେକ୍ଷାରେ ଅସହାୟ ଜେଜେ-ନାତୁଣୀ, ଭୋକ ଓପାସରେ ଜଙ୍ଗଲରେ କଟୁଛି ଦିନ

author img

By ETV Bharat Odisha Team

Published : Oct 9, 2023, 8:57 PM IST

ଜଙ୍ଗଲରେ ଦିନ କାଟୁଛନ୍ତି ଜେଜେ ନାତୁଣୀ । ଏଭଳି ପରିସ୍ଥିତି ଭିତରେ ଏହି ଅସହାୟ ଜେଜେ ନାତୁଣୀ ସହାୟତା ପାଇଁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

helpless old man seeks assistance
ଜଙ୍ଗଲରେ ଦିନ କାଟୁଛନ୍ତି ଜେଜେ ନାତୁଣୀ
ଜଙ୍ଗଲରେ ଦିନ କାଟୁଛନ୍ତି ଜେଜେ ନାତୁଣୀ

ବାଲେଶ୍ବର: ଅସହାୟ ଅବସ୍ଥାରେ ଜଙ୍ଗଲରେ ଦିନ କାଟୁଛନ୍ତି ଜେଜେ ନାତୁଣୀ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ମିତ୍ରପୁର ନିକଟ କାଠଗୋଛି ଅଞ୍ଚଳରେ । ସେହି ଗାଁର ବୁଦ୍ଧିଆ ମଲ୍ଲିକ ଓ ତାଙ୍କ ନାତୁଣୀ ତିଳୋତ୍ତମା ଜଙ୍ଗଲରେ ଜୀବନ ଅତିବାହିତ କରୁଛନ୍ତି । ପୁଅ ବୋହୂଙ୍କ ଅତ୍ୟାଚାର ଅସହ୍ୟ ହେବାରୁ ଶେଷରେ ପରିଣତ ବୟସରେ ବନବାସ ଭୋଗୁଛନ୍ତି ୮୩ ବର୍ଷର ବୁଦ୍ଧିଆ । ଦୀର୍ଘ ୨ ବର୍ଷ ହେବ ଘର ଛାଡ଼ି ଜଙ୍ଗଲରେ ନାତୁଣୀ ସହ ସେ ରହୁଛନ୍ତି । ତେବେ ନାତୁଣୀ କାମଦାମ କରି ଯାହା ଦୁଇ ପଇସା ପାଏ ସେଥିରେ ଘର ଚଳେ । ଆଉ କାମ ନଥିଲେ ଉଭୟଙ୍କୁ ଉପାସ ରହିବାକୁ ପଡେ ।

ସାଇକେଲରୁ ପଡ଼ି ବୁଦ୍ଧିଆଙ୍କ ୨ ଟି ଯାକ ଗୋଡ଼ ଅକାମି ହୋଇଯାଇଥିବାରୁ ସେ ଚାଲିପାରୁନହାନ୍ତି । ବୁଦ୍ଧିଆଙ୍କ ୨ ପୁଅ ମଧ୍ୟରୁ ବଡ଼ ପୁଅ ଏକ ମାମଲାରେ ଛନ୍ଦି ହୋଇ ଫେରାର ରହିଛି । ପ୍ରଥମ ସ୍ତ୍ରୀର ମୃତ୍ୟୁ ହେବାରୁ ଦ୍ଵିତୀୟ ବିବାହ କରିଥିବା ସାନ ପୁଅ ଘରେ ରହୁଛି । ହେଲେ ସାନପୁଅର ଦ୍ବିତୀୟ ସ୍ତ୍ରୀର ଅତ୍ୟାଚାର ପାଇଁ ଘରେ ଅଶାନ୍ତି ଲାଗି ରହୁଥିଲା । ପ୍ରଥମ ସ୍ତ୍ରୀର ଝିଅ ତିଳୋତ୍ତମାକୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲା ସାବତ ମାଆ ସେମାନେ କହିଛନ୍ତି । ଅତ୍ୟାଚାର ଅସହ୍ୟ ହେବାରୁ ଶେଷରେ ବୁଦ୍ଧିଆ ନାତୁଣୀ ତିଳୋତ୍ତମାକୁ ଧରି ଜଙ୍ଗଲକୁ ପଳାଇ ଆସି ରହୁଛନ୍ତି ।

ଏହା ବି ପଢନ୍ତୁ...ମିଳୁନି ପକ୍କାଘର, ଅସହାୟ ଜୀବନ କାଟୁଛନ୍ତି ପଙ୍କଜା

ଏହା ବି ପଢନ୍ତୁ...ରୋଗ ଶଯ୍ୟାରେ ଅସହାୟ ଯୁବକ, ନିରୂପାୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ଇଚ୍ଛାମୃତ୍ୟୁ

ପାରିବାରିକ ଜଞ୍ଜାଳ ଯୋଗୁ ସପ୍ତମ ପରେ ତିଳୋତ୍ତମାର ପାଠରେ ଡୋରି ବନ୍ଧା ହୋଇଗଲା । ଘର ନିକଟରେ ଥିବା ଏକ ଜଙ୍ଗଲରେ କୁଡ଼ିଆଟିଏ କରି ସେମାନେ ରହୁଥିବାବେଳେ କେବେ ଚୁଲି ଜଳୁଛି ତ ପୁଣି କେବେ ଉପାସ ରହିବାକୁ ପଡୁଛି । ଖାଲି ସେତିକି ନୁହେଁ, ଜଙ୍ଗଲ ଭିତରେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଛନ୍ତି ଏହି ଜେଜେ ନାତୁଣୀ । ଏମାନଙ୍କ କୁଡ଼ିଆରେ କେତେବେଳେ ବିଷଧର ସାପ ତ ପୁଣି କେତେବେଳେ ପିଣ୍ଡା ଉପରେ ହିଂସ୍ର ଭାଲୁ ଶୋଇ ରହୁଛି । ଏଭଳି ପରିସ୍ଥିତି ଭିତରେ ଜୀବନ ବିତାଉଥିବା ଏହି ଦୁଇ ଅସହାୟଙ୍କ ପାଇଁ ସରକାରୀ କିମ୍ବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.