ETV Bharat / state

ରଥଯାତ୍ରା ଅନୁମତି ପାଇଁ ଧାରଣାରେ ନୀଳଗିରି ମନ୍ଦିର ସେବାୟତ

author img

By

Published : Jun 23, 2020, 6:11 PM IST

Updated : Jun 23, 2020, 8:00 PM IST

ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରିରେ ରଥଯାତ୍ରା ଅନୁମତି ପାଇଁ ଧାରଣାରେ ବସିଥିଲେ ମନ୍ଦିର ସେବାୟତ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯଦି ରଥାରୁଢ ନହୁଅନ୍ତି ତେବେ ଆଗାମୀ ବର୍ଷେ ପାଇଁ ସେ ଅଣସରରେ ରହିବେ ଓ ଭକ୍ତଙ୍କୁ ଦର୍ଶନ ଦେବେନାହିଁ ବୋଲି ସେବାୟତମାନେ କହିଛନ୍ତି । ଅଧିକ ପଢନ୍ତୁ...

Nilgiri temple sevayat protest
ରଥଯାତ୍ରା ଅନୁମତି ପାଇଁ ଧାରଣାରେ ନୀଳଗିରି ମନ୍ଦିର ସେବାୟତ

ବାଲେଶ୍ବର: ରଥଯାତ୍ରା ଅନୁମତି ପାଇଁ ଧାରଣାରେ ବସିଥିଲେ ମନ୍ଦିର ସେବାୟତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରିରେ ।

ସୋମବାର ମାନ୍ୟବର ସୁପ୍ରିମକୋର୍ଟ କେବଳ ପୁରୀରେ ଭକ୍ତଙ୍କ ବିନା ରଥଯାତ୍ରା ପାଇଁ ଅନୁମତି ଦେଇଥିବା ବେଳେ ନୀଳଗିରିରେ ମଧ୍ୟ ଭକ୍ତ ବିହୀନ ରଥଯାତ୍ରା ପାଇଁ ଦାବି କରିଛନ୍ତି ସେବାୟତ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯଦି ରଥାରୁଢ ନହୁଅନ୍ତି ତେବେ ଆଗାମୀ ବର୍ଷେ ପାଇଁ ସେ ଅଣସରରେ ରହିବେ ଓ ଭକ୍ତଙ୍କୁ ଦର୍ଶନ ଦେବେନାହିଁ ବୋଲି ସେବାୟତମାନେ କହିଛନ୍ତି ।

ଅପରପକ୍ଷେ ନୀଳଗିରି ବଡ଼ଦାଣ୍ଡରେ ରଥ ସଜା ହୋଇ ରହିଥିବା ବେଳେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ତେବେ ନୀଳଗିରିର ରଥଯାତ୍ରା ଟିକେ ନିଆରା । ସବୁସ୍ଥାନରେ ମଙ୍ଗଳବାର ରଥଯାତ୍ରା ହୋଇଥିବା ବେଳେ ନୀଳଗିରିରେ ଆଜି ପହଣ୍ଡି ବିଜେ ହୋଇଥାଏ ଏବଂ ପରବର୍ତ୍ତୀ ଦିନ ରଥଯାତ୍ରା ଅନୁଷ୍ଠିତ ହୁଏ । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ନିୟମ ପାଳନ କରାଯିବ ବୋଲି ନୀଳଗିରି ଉପଜିଲ୍ଲାପାଳ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 23, 2020, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.