ETV Bharat / state

ବର୍ଷାକୁ ନେଇ ଉତ୍ତର ବାଲେଶ୍ବରକୁ ଅଧିକ ଗୁରୁତ୍ବ, ସଜାଗ ରହିଛନ୍ତି ଓଡ୍ରାଫ ଟିମ - ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ

ଗଭୀର ଅବପାତ ଯୋଗୁଁ ବାଲେଶ୍ଵରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ଗଭୀର ଅବପାତ: ଉତ୍ତର ବାଲେଶ୍ବରକୁ ଅଧିକ ଗୁରୁତ୍ବ, ସଜାଗ ରହିଛନ୍ତି ଓଡ୍ରାଫ ଟିମ

author img

By

Published : Aug 19, 2022, 10:45 PM IST

Updated : Aug 19, 2022, 11:07 PM IST

ବାଲେଶ୍ବର: ଶୁକ୍ରବାର ସନ୍ଧ୍ୟା ୭ଟା ରୁ ୮ ଟା ମଧ୍ୟରେ ଉତ୍ତର ବାଲେଶ୍ବର ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ । ପଶ୍ଚିମ ଓ ଉତ୍ତର ଓଡିଶା ଉପକୂଳ ଦେଇ ଅତିକ୍ରମ କରି ଦୀଘା ନିକଟରେ ସ୍ଥଳ ଭାଗ ଛୁଇଁଛି ଗଭୀର ଅବପାତ । ଏନେଇ ବାଲେଶ୍ବରରେ ୨୮୦ ମିମି ବର୍ଷା ହେବାର ଆକଳନ କରାଯାଇଛି । ତେବେ ବାଲେଶ୍ଵରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉତ୍ତର ବାଲେଶ୍ଵର ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି (NDRF Team Alert in North Balasore) ।

ବର୍ଷାକୁ ନେଇ ଉତ୍ତର ବାଲେଶ୍ବରକୁ ଅଧିକ ଗୁରୁତ୍ବ, ସଜାଗ ରହିଛନ୍ତି ଓଡ୍ରାଫ ଟିମ

ପ୍ରଥମେ ତଳିଆ ଅଞ୍ଚଳରୁ ୪ରୁ ୫ ହଜାର ଲୋକ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ମହଜୁଦ ରହିଛି । ବନ୍ୟା ପାଇଁ ବିଦ୍ୟୁତ ବିଭାଗ ସଜାଗ ରହିଛି । ସେହିପରି 4ଟି ବ୍ଲକ ବସ୍ତା, ଜଳେଶ୍ବର, ବାଲିଆପାଳ ଓ ଭୋଗରାଇ ଅଞ୍ଚଳକୁ ହାଇ ଆଲର୍ଟ ଜାରି କରାଯାଇଛି । ବନ୍ୟାସ୍ଥିତି ପାଇଁ ସବୁ ବ୍ଲକରେ ବରିଷ୍ଠ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ଦିଆଯାଇଛି । ସ୍ଥିତିକୁ ନଜରରେ ରଖି NDRFର 2ଟି ଟିମ୍‌ ଓ ଓଡ୍ରାଫର 4ଟି ଟିମ ସହ ଅଗ୍ନିଶମ ବାହିନୀର ୪ଟି ଟିମ୍‌ ପ୍ରସ୍ତୁତ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଭାବେ ଉତ୍ତର ବାଲେଶ୍ଵର ଉପରେ ଫୋକସ ରଖାଯାଇଛି । 4 ବ୍ଲକ ଅର୍ଥାତ୍ ଭୋଗରାଇ, ବାଲିଆପାଳ, ଜଳେଶ୍ଵର ଓ ବସ୍ତାର ପାଖାପାଖି ୧୦୦ରୁ ୧୨୦ ଗାଁ ଲୋକ ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ରୂପେ ସଜାଗ ରହିଛି ।

ବର୍ଷା ଯୋଗୁଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କୁ ସଜାଗ ରହିବା ସହ ତଳିଆ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ଦେବାପାଇଁ କୁହାଯାଇଛି । ଲଗାଣ ବର୍ଷା ଫଳରେ ତିନି ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ତଳିଆ ଅଞ୍ଚଳ ଗୁଡିକରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ ରଖାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Aug 19, 2022, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.