ETV Bharat / state

ବାଲେଶ୍ବରରେ ଏନଡିଆରଏଫର ଆରଆରସି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ - ମୁଣ୍ଡୁଳି ପରେ ବାଲେଶ୍ବରରେ ପ୍ରତିଷ୍ଠା ହେବ ଆରଆରସି

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବାଲେଶ୍ବରରେ ଏନଡିଆରଏଫର ଆଞ୍ଚଳିକ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନା ହୋଇଛି । 6 କୋଟି 31 ଲକ୍ଷ ଟଙ୍କା ବ୍ୟୟରେ ଏହି ଗବେଷଣା କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 16, 2019, 6:35 PM IST

ବାଲେଶ୍ବର: ଜିଲ୍ଲାରେ ପ୍ରତିଷ୍ଠା ହେବ ଏନଡିଆରଏଫର ଆଞ୍ଚଳିକ ଗବେଷଣା କେନ୍ଦ୍ର(ଆରଆରସି) । ଏନେଇ ହିଡିଙ୍ଗା ଠାରେ ପ୍ରାୟ 3.58 ଏକର ଜମି ଚିହ୍ନଟ କରାଯାଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ଏହି ଭିତ୍ତିପ୍ରସ୍ତରର ଶିଳାନ୍ୟାସ କରିଛନ୍ତି । 6 କୋଟି 31 ଲକ୍ଷ ଟଙ୍କା ବ୍ୟୟରେ ଏହି ଆରଆରସି ନିର୍ମାଣ କରାଯିବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଏନଡିଆରଏଫ ଡିଜି କହିଛନ୍ତି, ଖାଲି ବାଲେଶ୍ବର ନୁହେଁ ଉତ୍ତର ଓଡିଶାରେ ତୁରନ୍ତ ବିପର୍ଯ୍ୟୟ ମୁକାବିଲା କରାଯାଇପାରିବ । କଟକ ମୁଣ୍ଡୁଳି ପରେ ବାଲେଶ୍ବରରେ ଦ୍ବିତୀୟ ଆରଆରସି ପ୍ରତିଷ୍ଠା ହେବାକୁ ଯାଉଛି । ଯେଉଁଥିରେ 4ଟି ଟିମ୍‌ ଓ ଜଣେ କମାଣ୍ଡର ବିପର୍ଯ୍ୟୟ ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବେ ।

ସେହିପରି ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମଧ୍ୟ ଆରଆରସି ପ୍ରତିଷ୍ଠା ହେବ । ଆଜିର ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ବି ଯୁଗଳ କିଶୋର ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱରରେ ହେବ ଏନଡି ଆର ଏଫର ଆର ଆର ସି। ଏଥିପାଇଁ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏନଡିଆର ଏଫ ଡିଜି ସତ୍ୟନାରାୟଣ ପ୍ରଧାନ ଏହାର ଶିଳାନ୍ୟାସ କରିଛନ୍ତି।

Body:ବାଲେଶ୍ଵର ଜିଲ୍ଲା ହିଡ଼ିଙ୍ଗା ଠାରେ 3.58 ଏକର ଜମିରେ 6 କୋଟି 31 ଲକ୍ଷ ଟଙ୍କା ବ୍ୟୟରେ ଆର ଆରସି ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ଏହାଦ୍ୱାରା କେବଳ ବାଲେଶ୍ଵର ନୁହେଁ ବରଂ ଉତ୍ତର ଓଡ଼ିଶାରେ ତୁରନ୍ତ ବିପର୍ଯ୍ୟୟ ମୁକାବିଲା କରାଯାଇ ପାରିବ ବୋଲି ଡିଜି ଶ୍ରୀ ପ୍ରଧାନ କହିଛନ୍ତି। କଟକର ମୁଣ୍ଡୁଳି ପରେ ବାଲେଶ୍ୱରରେ ଦ୍ଵିତୀୟ ଆର ଆର ସି ପ୍ରତିଷ୍ଠା ହେବାକୁ ଯାଉଛି। ଯେଉଁଥିରେ 4ଟି ଟିମ ଓ ଜଣେ କମାଣ୍ଡର ବିପର୍ଯ୍ୟୟ ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବେ ବୋଲି ସୂଚନା ମିଳିଛି।

Conclusion:ସେହିପରି ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମଧ୍ୟ ଆର ଆର ସି ପ୍ରତିଷ୍ଠା ହେବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ବି ଯୁଗଳ କିଶୋର ଉପସ୍ଥିତ ଥିଲେ।
ବାଇଟ- ସତ୍ୟ ନାରାୟଣ ପ୍ରଧାନ( ଏନଡି ଆର ଏଫ, ଡିଜି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.