ETV Bharat / state

ଏକା ସାଙ୍ଗେ ଆଲ୍ଲା-ଜଗନ୍ନାଥଙ୍କୁ ଭକ୍ତି ଅର୍ଘ୍ୟ, ମାମୁନିଙ୍କ ମୁହଁରେ କୋରାନ-ଭାଗବତ - ବାଲେଶ୍ବର ମାମୁନି ଖାତୁନ

ସେ କୋରାନ ପାଠ କରନ୍ତି, ତା ସହ ସେ ଭାଗବତ-ବେଦ ବି ପଢନ୍ତି । ମୁହେଁ ମୁହେଁ ରହିଛି ଗାୟତ୍ରୀ ମନ୍ତ୍ର, ଶିବ ସ୍ରୋତ, ଗଣେଶ ବନ୍ଦନା ସହ ସଂସ୍କୃତ ଶ୍ଲୋକ, ଜ୍ଞାନରେ-ଗୁଣରେ ସବୁଥିରେ ଆଗୁଆ ମାମୁନି ଖାତୁନ ...

ଭକ୍ତି ଜାଣେନି ଜାତି-ଧର୍ମ, ମୁସଲିମ ଝିଅ ମୁହେଁ ମୁହେଁ  ବେଦମନ୍ତ୍ର-ଶ୍ଲୋକ

author img

By

Published : Apr 16, 2021, 6:05 PM IST

Updated : Apr 17, 2021, 12:31 PM IST

ବାଲେଶ୍ବର: ସେ ଜଗନ୍ନାଥଙ୍କୁ ଭଲପାଆନ୍ତି, ତାଙ୍କର ଆଲ୍ଲାଙ୍କ ପ୍ରତି ପ୍ରୀତି ରହିଛି । ଏକାଧାରରେ ସେ କୋରାନ ପାଠ କରନ୍ତି, ତା ସହ ସେ ଭାଗବତ ବେଦ ବି ପଢନ୍ତି । ତାଙ୍କ କଣ୍ଠରେ ଯେମିତି ସରସ୍ବତୀ ବସିଛନ୍ତି । ସୁମଧରୁର ଭଜନ ଜଣାଣ, ଶ୍ଲୋକରେ ସେ ଶ୍ରୋତାଙ୍କୁ କରିଦିଅନ୍ତି ମନ୍ତ୍ରମୁଗ୍ଧ । ଆଉ ତାଙ୍କର ଏହି ଗଭୀର ଭକ୍ତି ଦର୍ଶାଉଛି ସର୍ବଧର୍ମ ସମାନ । ଧର୍ମନିରପେକ୍ଷାତାର ଏହି ବାର୍ତ୍ତା ବାଣ୍ଟୁଥିବା ଝିଅ ହେଲେ ବାଲେଶ୍ଵର ବାଲିଆପାଳ ବ୍ଲକ ସୂନାରୁଇ ଗ୍ରାମର ମାମୁନି ଖାତୁନ ।

ଭକ୍ତି ଜାଣେନି ଜାତି-ଧର୍ମ, ମୁସଲିମ ଝିଅ ମୁହେଁ ମୁହେଁ ବେଦମନ୍ତ୍ର-ଶ୍ଲୋକ

ମୁସଲିମ ହେଲେ ବି ମାମୁନ ହିନ୍ଦୁ ଧର୍ମର ବେଦମନ୍ତ୍ର ବେଶ ଭଲ ଭାବରେ ଶୁମାନ୍ତି । ତାଙ୍କର ସ୍ୱର ଯେତିକି ମଧୁର ସେଭଳି ଆଲ୍ଲା ଓ ଭଗବାନଙ୍କ ପ୍ରତି ଭକ୍ତି ମଧ୍ୟ ସମତୁଲ । ପିଲାଟି ବେଳୁ ମାମୁନି ଜଗନ୍ନାଥ ଙ୍କ ପୂଜା କରିବା ସହ ହିନ୍ଦୁ ଗ୍ରନ୍ଥ ପଠନ, ବେଦ ମନ୍ତ୍ର ପ୍ରତି ବେଶ ରୁଚି ରଖିଆସିଛନ୍ତି । ହିନ୍ଦୁ ଦେବାଦେବୀଙ୍କ ମନ୍ତ୍ର ଓ ଭଜନରେ ନିପୁଣ ଏହି ମୁସଲମାନ ଝିଅ ଆଜି ନିଜ ପ୍ରତିଭା ଯୋଗୁଁ ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

ତାଙ୍କ ମୁହଁ ରୁ ଯିଏ ବି ଭଜନ ଆଉ ମନ୍ତ୍ର ଶୁଣୁଛି ସେ ମୁଗ୍ଧ ହୋଇଯାଉଛି। ମହା ମୃତ୍ଯୁଞ୍ଜୟ ମନ୍ତ୍ର , ଗଣେଶ ବନ୍ଦନା ହେଉ କି ଗୁରୁ ବନ୍ଦନା ସବୁକିଛି ତାଙ୍କ ମୁହଁରେ। ସତେ ଯେମିତି ମାଁ ସରସ୍ବତୀ ଅପାର କୃପା ଏହି ଝିଅ ଟି ଉପରେ ଅଜାଡ଼ି ଦେଇଛନ୍ତି । ମୁସଲିମ ପରିବାର ଝିଅ ହୋଇଥିଲେ ମଧ୍ଯ ହିନ୍ଦୁ ଦେବାଦେବୀ ଏବଂ ଓଡିଆ ସଂସ୍କୃତି , ପରମ୍ପରା ପ୍ରତି ବେଶ ରୁଚି ରହିଛି ତାଙ୍କର। ମୁସଲିମ ସମ୍ପ୍ରଦାୟ ର ଆଲ୍ଲା ଙ୍କୁ ମଧ୍ଯ ସେ ଭକ୍ତି କରିବା ସହ ନମାଜ ପାଠ ବି କରନ୍ତି । ଆଉ ଝିଅ ର ଏଭଳି ଆଚରଣ କୁ ପରିବାର ଲୋକେ କେବେ ବି ବିରୋଧ କରି ନାହାନ୍ତି। ବରଂ ସେମାନେ ବେଶ ଖୁସି ଅନୁଭବ କରନ୍ତି।

ମାମୁନିଙ୍କର ଇଚ୍ଛା ଅଛି ଭବିଷ୍ଯତ ରେ ଜଣେ ସଂସ୍କୃତ ଶିକ୍ଷୟତ୍ରୀ ହୋଇ ଶିକ୍ଷାଦାନ କରିବେ। ହେଲେ ବହୁ ପ୍ରତିଭାର ଅଧିକାରୀ ମାମୁନିଙ୍କ ଭବିଷ୍ୟତ ପାଇଁ ଅର୍ଥ ସାଜିଛି ବାଧକ। ଗୋଟିଏ ପଟେ ପରିବାର ର ଆର୍ଥିକ ସମ୍ବଳ ନଥିବା ବେଳେ ମୁଣ୍ତ ଗୁଞ୍ଜିବାକୁ ଭଲ ଘର ଖଣ୍ତିଏ ବି ନାହିଁ। ଭଙ୍ଗା ମାଟି ଚାଳ ଛପର ଘରେ ପାଲ ପଡିଛି , ଖରା , ବର୍ଷା , ଶୀତ କାକର ରେ ଭାରି ଦୁଃଖ କଷ୍ଟରେ ଜୀବନ ବିତାଉଥିବା ଏହି ପରିବାର ଏକ ପ୍ରକାର ବେସାହାରା ।

ମାମୁନି ଦଶମ ଶ୍ରେଣୀ ପ୍ରଥମ ସ୍ଥାନ ଅଧିକାର କରି ପାସ କରିଥିବା ବେଳେ ଯୁକ୍ତଦୁଇ ପଢୁଛନ୍ତି। ହେଲେ ଦାରିଦ୍ର୍ୟତା ଭିତରେ ଆଗକୁ ପାଠ ପଢିବା ସମ୍ଭବ କି ନାହିଁ ତାହା ବି ଅନିଶ୍ଚିତତା ଭିତରେ । ଏପରିକି ଟଙ୍କା ଅଭାବରୁ ଗୀତ ଶିଖିବା ଇଚ୍ଛାକୁ ବି ମନରେ ମାରିଦେଇଛନ୍ତି ମାମୁନି ।

‘ସବକା ମାଲିକ ଏକ ’ ଉକ୍ତିକୁ ମର୍ମେ ମର୍ମେ ବୁଝି ଭାଇଚାରର ବାର୍ତ୍ତା ବାଣ୍ଟୁଥିବା ମାମୁନିଙ୍କ ସବୁ ସ୍ବପ୍ନ ପୂରଣ ହେଉ..ଏତିକି କାମନା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 17, 2021, 12:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.