ETV Bharat / state

ବାଲେଶ୍ବରରେ ବନ୍ଧୁକ ଦେଖାଇ ବସଯାତ୍ରୀଙ୍କଠାରୁ ଲୁଟିନେଲେ - ବାଲେଶ୍ବରରେ ବସଯାତ୍ରୀଙ୍କୁ ଲୁଟ୍

ବାଲେଶ୍ବରରେ ବନ୍ଧୁକ ଦେଖାଇ ବସଯାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ । ଅଧିକ ପଢନ୍ତୁ

ବନ୍ଧୁକ ମୁନରେ ବସଯାତ୍ରୀଙ୍କୁ ଲୁଟ୍
ବନ୍ଧୁକ ମୁନରେ ବସଯାତ୍ରୀଙ୍କୁ ଲୁଟ୍
author img

By

Published : May 15, 2022, 7:26 AM IST

ବାଲେଶ୍ଵର: ବନ୍ଧୁକ ମୁନରେ ବସଯାତ୍ରୀଙ୍କ ଠାରୁ ଲୁଟ୍(Miscreants Loot Bus Passanger at Gunpoint) । ଗତକାଲି(ଶନିବାର) ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ନିକଟ ଗାନ୍ଧୀଛକ ଠାରେ ଏହି ଲୁଟ୍‌ପାଟ ହୋଇଛି । କିଛି ଦୁର୍ବୃତ୍ତ ଏକ ଯାତ୍ରୀବାହୀ ବସ୍‌ରେ ଥିବା ଜଣେ ଯାତ୍ରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିବାର ଥାନାରେ ଅଭିଯୋଗ ହୋଇଛି ।

ବନ୍ଧୁକ ମୁନରେ ବସଯାତ୍ରୀଙ୍କୁ ଲୁଟ୍
ବନ୍ଧୁକ ମୁନରେ ବସଯାତ୍ରୀଙ୍କୁ ଲୁଟ୍

ସୂଚନା ଅନୁସାରେ, ଏକ ରାତ୍ରୀକାଳୀନ ବସ୍ କମର୍ଦ୍ଦା ଅଞ୍ଚଳରୁ ଶ୍ରମିକମାନଙ୍କୁ ନେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । ଗାଡିରେ ଚନ୍ଦନ ପାଲ ନାମକ ଶ୍ରମିକ ଠିକାଦାର ଥିଲେ । ବସ୍ତା ଥାନା ଗାନ୍ଧୀଛକ ଠାରେ ଉକ୍ତ ବସକୁ ଜଳେଶ୍ଵର ଥାନା ବାଇଗଣବାଡ଼ିଆ ଅଞ୍ଚଳର ଜଣେ ଯୁବକ ଅଟକାଇଥିଲେ । ଅନ୍ୟଜଣେ ଶ୍ରମିକ ତାଙ୍କ ନିକଟରେ ଥିବା ଦର୍ଶାଇ ଉକ୍ତ ଯୁବକ ଠିକାଦାର ଚନ୍ଦନଙ୍କୁ ବସ୍ ପଛକୁ ଡାକିଥିଲେ । ସେ ବସ୍ ପଛକୁ ଯିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଚାରି ଜଣ ଯୁବକ ଚନ୍ଦନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନିଜ ବାଇକରେ ବସିବାକୁ କହିଥିଲେ ।

ଚନ୍ଦନ ଜୀବନ ଭୟରେ ଦୁର୍ବୃତ୍ତଙ୍କ ଗାଡ଼ିରେ ବସିଥିବାବେଳେ ତାଙ୍କୁ ସେମାନେ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ଏହାପରେ ସେମାନେ ତାଙ୍କ ନିକଟରେ ଥିବା ସୁନା ଚେନ୍, ପାଞ୍ଚଟି ମୁଦି ଜୋର୍ କରି ଛଡାଇ ନେଇ ଚମ୍ପଟ ମାରିଥିଲେ । ଏନେଇ ଚନ୍ଦନ ବସ୍ତା ଥାନାକୁ ଫୋନ୍ କରି ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.