ବାଲେଶ୍ବର: ବାଲିଆପାଳ ନାବାଳକ ମୃତ୍ୟୁ ଘଟଣାରେ ପୋଲିସ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ ପକ୍ଷରୁ ତଦନ୍ତ କରାଯାଇଛି।
ପୋଲିସ ଡିଜିଙ୍କ ହସ୍ତକ୍ଷେପ ପରେ ଘଟଣାର ତଦନ୍ତ ପାଇଁ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ ପକ୍ଷରୁ 5 ଜଣିଆ ଟିମ ବାଲିଆପାଳ ଆସିଛନ୍ତି । ଡିଏସପି ରଞ୍ଜିତ ନାଏକଙ୍କ ନେତୃତ୍ବରେ ଏହି ଟିମ ଘଟଣାର ତଦନ୍ତ କରିଛନ୍ତି । ତେବେ ସସପେଣ୍ଡ ହୋଇଥିବା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଏହି ଟିମ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରୁଛନ୍ତି ।
ସୂଚନାଯୋଗ୍ୟ, ଇଡକୋ ଛକରେ ଥିବା ଏକ ଢ଼ାବାରେ ନାବାଳକର ମୃତ୍ୟୁ ଘଟିଥିଲା । ଏହାପରେ ଉତ୍ୟକ୍ତ ଲୋକେ ପୋଲିସକୁ ମାଡ ମାରିବା ସହ ଢାବା ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ସ୍ଥାନୀୟ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ସସପେଣ୍ଡ କରାଯାଇଥିଲା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ