ETV Bharat / state

ପ୍ରବାସୀଙ୍କ ବିପଦପୂର୍ଣ୍ଣ ଯାତ୍ରା: ବାଇକରେ ସପରିବାର ସହ ଅତିକ୍ରମ କଲେ 3 ହଜାର କିମି - ପ୍ରବାସୀଙ୍କ ବିପଦପୂର୍ଣ୍ଣ ଯାତ୍ରା

ପ୍ରବାସୀଙ୍କ ଘର ବାହୁଡା ପାଇଁ ସରକାର ଟ୍ରେନ ସୁବିଧା କରିଥିବା ସତ୍ତ୍ବେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଗତି କରୁଛନ୍ତି ପ୍ରବାସୀ । ଯାହାର ଏକ ଦୃଶ୍ୟ ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପ୍ରବାସୀଙ୍କ ବିପଦପୂର୍ଣ୍ଣ ଯାତ୍ରା
ପ୍ରବାସୀଙ୍କ ବିପଦପୂର୍ଣ୍ଣ ଯାତ୍ରା
author img

By

Published : Jun 14, 2020, 9:32 AM IST

Updated : Jun 14, 2020, 10:10 AM IST

ବାଲେଶ୍ବର: ଜୀବନକୁ ବାଜିରେ ଲଗାଇ ଏବେ ବି ଘରକୁ ଫେରୁଛନ୍ତି ପ୍ରବାସୀ । ଗୋଟିଏ ବାଇକ ସପରିବାର ସହ ଅନେକ ବ୍ୟାଗ ଲଦା ଯାଇ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ପ୍ରବାସୀ । ଚେନ୍ନାଇରୁ 3 ହଜାର କିମି ବାଟ ଅତିକ୍ରମ କରିବା ପରେ ଜଣେ ପ୍ରବାସୀ ଆସାମକୁ ଯାଉଛନ୍ତି ।

ପ୍ରବାସୀଙ୍କ ବିପଦପୂର୍ଣ୍ଣ ଯାତ୍ରା

ବାଲେଶ୍ବର କୁରୁଡା ଜାତୀୟ ରାଜପଥରେ ଜଣେ ପ୍ରବାସୀ ଶ୍ରମିକ ଚେନ୍ନାଇରୁ ଆସାମକୁ ଯାଉଥିବାର ଦେଖିବାକୁ ମିଳିଥିଲା । ତାଙ୍କ ବାଇକରେ ଗୋଟିଏ 4 ବର୍ଷ ଝିଅ ଓ ସ୍ତ୍ରୀଙ୍କ ସହ ବାଇକରେ ବସାଇଥିଲେ । ଏହା ସହ ଅନେକ ବ୍ୟାଗ ଲଦି ଏକ ବିପଦପୂର୍ଣ୍ଣ ଯାତ୍ରା କରୁଥିଲେ ।

ଉକ୍ତ ପରିବାର ଚେନ୍ନାଇରୁ ଗତ 10 ତାରିଖ ବାହାରିଥିବା ବେଳେ ଆସାମ ଯିବେ ବୋଲି ଜଣାପଡିଛି। ରାସ୍ତାରେ ଅନେକ ଘାତପ୍ରତିଘାତକୁ ସାମ୍ନା କରି 3 ହଜାର କିମି ରାସ୍ତା ଅତିକ୍ରମ କରିସାରିଲେଣି । ବାଲେଶ୍ଵର ସଟଡାଉନ ଥିବାରୁ ଜାତୀୟ ରାଜପଥରେ ପ୍ରବାସୀମାନଙ୍କୁ ଖାଦ୍ୟ ବଣ୍ଟନ କରୁଥିବା ଯୁବଗୋଷ୍ଠୀ ଉକ୍ତ ପରିବାର ପାଇଁ ଖାଦ୍ୟ ଯୋଗାଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 14, 2020, 10:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.