ବାଲେଶ୍ବର: ରେଳଷ୍ଟେସନ ନିକଟ ଭାସ୍କରଗଞ୍ଜ ଓ ଗୋଧିବସା ବସ୍ତି ଅଞ୍ଚଳର ଏ ହେଉଛି ଦୃଶ୍ୟ। ଏମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରବାସୀ ଅଟନ୍ତି। ବାଲେଶ୍ବରକୁ ଆସୁଥିବା ବିଭିନ୍ନ ଟ୍ରେନରୁ ଏମାନେ ଓହ୍ଲାଉଛନ୍ତି। ହେଲେ ସେମାନଙ୍କ ପାଇଁ ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା କରାଯାଇ ନଥିବାରୁ ସେମାନେ ପେଟଜ୍ବାଳା ସହି ନପାରି ସ୍ଥାନୀୟ ଜନବସତିକୁ ପଶି ଲୋକଙ୍କୁ ଖାଇବା ମାଗୁଥିବା ଦେଖିବାକୁ ମିଳିଛି।
ଗୋଟିଏ ପଟେ ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାର ପ୍ରବାସୀଙ୍କୁ ଛାଡ଼ିଦେଲେ ଆଉ କାହାରି ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇ ନଥିବା ବେଳେ ଅନ୍ୟପଟେ ପ୍ରବାସୀଙ୍କ ପେଟର ଭୋକ ଆଗରେ ଫେଲ ମାରିଛି ଲକଡାଉନ କଟକଣା।
ଖାଲି ସେତିକି ନୁହେଁ ଏମାନେ ଏମିତି ବୁଲିବା ଓ ବିଭିନ୍ନ ବସ୍ତି ଅଞ୍ଚଳରେ ପଶି ଖାଇବା ମାଗିବା ଫଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖା ଦେଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ