ETV Bharat / state

ଅଧା ରହିଲା ସବୁ ସ୍ୱପ୍ନ ! ଶହୀଦ ପ୍ରକାଶଙ୍କ ଶେଷକୃତ୍ୟ ସମ୍ପନ୍ନ - ଗାର୍ଡ ଅଫ ଅନର ସହ ଶେଷକୃତ ସମ୍ପନ୍ନ

ଛତିଶଗଡ଼ରେ ନିର୍ବାଚନ ସମୟରେ ମାଓବାଦୀଙ୍କ IED ବିସ୍ଫୋରଣରେ ମୃତ ଓଡ଼ିଆ ଯବାନ ପ୍ରକାଶଙ୍କ ଗାର୍ଡ ଅଫ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଗକୁ ପଢନ୍ତୁ..

ଅଧା ରହିଲା ସବୁ ସ୍ୱପ୍ନ, ସହିଦଙ୍କ ପରିବାର ଠୁଁ ସବୁ ବର୍ଗର ଲୋକେ ଦେଲେ ଶ୍ରଦ୍ଧାଞ୍ଜଳି

author img

By ETV Bharat Odisha Team

Published : Nov 8, 2023, 10:41 PM IST

Updated : Nov 8, 2023, 10:48 PM IST

ଶହୀଦଙ୍କ ପ୍ରକାଶଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲେଶ୍ବର: ଶୋକାକୂଳ ପରିବେଶ ସହ ଗାର୍ଡ ଅଫ ଅନରରେ ଓଡିଆ ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଛତିଶଗଡ଼ରେ ନିର୍ବାଚନ ସମୟରେ ମାଓବାଦୀଙ୍କ IED ବିସ୍ଫୋରଣରେ ମୃତ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ମର ଶରୀର ବାଲେଶ୍ବର ଜିଲ୍ଲା ଗୋପାଳପୁର ସ୍ଥିତ ବାସ ଭବନରେ ପହଞ୍ଚିବା ପରେ ଶୋକକୁଳ ପ୍ରରିବେଶ ସୃଷ୍ଟି ହୋଇଛି। ଦେଶ ମାତୃକାର ସେବା କରି ଶହୀଦ ହୋଇଥିବା ପ୍ରକାଶଙ୍କ ପାଇଁ ଆଜି ପୁରା ଦେଶ ଗର୍ବ କରୁଛି ।

ବାହାନଗା ଅଞ୍ଚଳରେ ସହିଦ ପ୍ରକାଶଙ୍କ ପାର୍ଥିବ ଶରୀର ପହଁଚିବା ପରେ ପୁରା ଅଞ୍ଚଳବାସୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବାହାନଗା ବଜାର ଠାରୁ ଏକ ଶୋଭାଯାତ୍ରାରେ ବାହାରି ପାର୍ଥିବ ଶରୀର ଗାଁରେ ପହଞ୍ଚିଥିଲା । ସବୁ ବର୍ଗର ଲୋକମାନେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ଏଥି ସହିତ ସୋର, ବାହାନଗାର ସମସ୍ତ ବରିଷ୍ଠ ନେତା ତଥା ଉଚ୍ଚ ପଦାଧିକାରୀ ଓ ପୋଲିସ ପ୍ରଶାସକ ଶଦୀହଙ୍କ ଶେଷ ଦର୍ଶନ କରିଛନ୍ତି । ପରିବାରର କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ । ଗାଡ଼ ଅଫ୍ ଅନର ସହ ଶହୀଦଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

ଏହାମଧ୍ୟ ପଢନ୍ତୁ..ଜନ୍ମମାଟିରେ ପହଞ୍ଚିଲା ବୀର ଯବାନଙ୍କ ପାର୍ଥିବ ଶରୀର, କାନ୍ଦବୋବାଳିରେ ଫାଟି ପଡୁଛି ଗାଁ

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଗୋପାଳପୁର ଅଞ୍ଚଳର କରୁଣାକର ଶିଅଳଙ୍କ ପୁଅ bsf ଯବାନ୍ ପ୍ରକାଶ ଚନ୍ଦ୍ର ଶିଅଳ । 2007 ମସିହାରେ ସେ bsf 94 ବାଟାଲୀୟନରେ କନେଷ୍ଟବଳ ଭବେ ଯୋଗ ଦେଇଥିଲେ । ତେବେ ଆରମାସ ଅର୍ଥାତ ଡିସେମ୍ବର ମାସରେ ଘରକୁ ଆସିଥାନ୍ତେ ପ୍ରକାଶ ଚନ୍ଦ୍ର । ହେଲେ ଭାଗ୍ୟର ବିଡ଼ମ୍ବନା । ଘରେ ବୁଢ଼ୀ ମା, ସ୍ତ୍ରୀ, 2 ଛୁଆ ଛାଡି ଆରପାରିକୁ ଚାଲିଯାଇଛନ୍ତି ପ୍ରକାଶ । ଗତ ରବିବାର ରାତି ୮ଟାରେ ଶେଷ ଥର ପାଇଁ ପରିବାର ସହ ଫୋନ ଯୋଗେ କଥା ହୋଇଥିଲେ ପ୍ରକାଶ । ସୋମବାର ଠାରୁ ଆଉ ପ୍ରକାଶଙ୍କ ଫୋନ ଲାଗିନଥିଲା । ପରେ ଏନେଇ ଜାଣିବାକୁ ପାଇଥିଲେ ପରିବାରଲୋକେ ।

ଆଜି ସେ ବୀର ଯବାନଙ୍କ ପାଇଁ କାନ୍ଦୁଛି ପୁରା ଅଞ୍ଚଳ, ଭିଜି ଯାଉଛି ସମସ୍ତଙ୍କ ଆଖି। ଦେଶ ପାଇଁ ବଳିଦାନ ଦେଇଥିବା ଓଡିଆ ପୁଅ ପାଇଁ ଯେତିକି ଦୁଃଖ ଦେଖିବାକୁ ମିଳୁଛି ସେତିକି ଗର୍ବ ଅନୁଭବ କରୁଛନ୍ତି ଅଞ୍ଚଳବାସୀ । କୁନି କୁନି ପିଲା ଦୁଇଟି ଆଜି ଜଣେ ସହିଦ ବାପର ପୁଅ ବୋଲି ପରିଚୟ ପାଇବେ ସିନା ହେଲେ ଦୁନିଆ ଭଲରେ ଦେଖିବା ଆଗରୁ ସେମାନଙ୍କ ମୁଣ୍ଡ ଉପରୁ ଉଠିଗଲା ବାପାର ସ୍ନେହ ଓ ଆକଟର ହାତ। ଦେଶ ମାର ସେବା କରିବା ବେଳେ ଜୀବନ ସିନା ଚାଲିଗଲା ହେଲେ ଜନ୍ମ ଦେଇଥିବା ମାର କୋଳ ଆଜି ଖାଲି ହୋଇଗଲା। ସାତ ଜନ୍ମପାଇଁ ସାଥି ହୋଇ ରହିବାର ପ୍ରତିଜ୍ଞା କରିଥିଲେ ହେଲେ ଆଜି ଜୀବନ ସାଥି ତିଲୋତ୍ତମାଙ୍କୁ ଅଧା ବାଟରେ ଛାଡି ଚାଲିଗଲେ। ଛାତିରେ କୋହ ଆଉ ଆଖିରେ ଲୁହ ନେଇ ଆଜି ପ୍ରତିଟି ଓଡ଼ିଆ ସହିଦ ଯବାନ ପ୍ରକାଶଙ୍କୁ ଜଣାଇଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

ଇଟିଭି ଭାରତ, ବାଲେଶ୍ବର

Last Updated : Nov 8, 2023, 10:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.