ETV Bharat / state

ସରିଲା ଫନି, ଛାଡି ଦେଇଗଲା ଅମାପ କ୍ଷୟକ୍ଷତିର ଦୁଃଖ

ଫନି ପ୍ରଳୟରେ ଛିନଛତର ବାଲେଶ୍ବରର ଖଇରା ବ୍ଲକ । ପ୍ରକୃତିର ତାଣ୍ଡବ ଯୋଗୁଁ ଲକ୍ଷ ଲକ୍ଷର କ୍ଷତି ସହୁଛନ୍ତି ନିରୀହ ଗ୍ରାମବାସୀ ।

author img

By

Published : May 4, 2019, 3:18 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଫନି ପ୍ରଳୟରେ ଛିନଛତର ଜିଲ୍ଲାର ଖଇରା ବ୍ଲକ । ଟିଣ ଉଡିଯାଇଛି । ଛାତ ଭାଙ୍ଗିଯାଇଛି । ବଡ ବଡ ଗଛ ଶୋଇପଡିଛି । କାନ୍ଥ ପଡି ଗାଈଗୋରୁ ମୃତ । ବିଦ୍ୟୁତ ଖୁଣ୍ଟ ଉପୁଡି ବିଦ୍ୟୁତ ସରବରାହ ବନ୍ଦ । ଯାତାୟତ ଠପ । ଆଦି ବିଭିନ୍ନ କାରଣରୁ ଲକ୍ଷ ଲକ୍ଷର କ୍ଷତି ସହିଛନ୍ତି ଖଇରା ଗ୍ରାମବାସୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ସରିଗଲା ଫନି । ହେଲେ ଛାଡି ଦେଇଗଲା ଅମାପ କ୍ଷୟକ୍ଷତିର ଦୁଃଖ । ଫନି ପ୍ରଭାବରେ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତର ବହୁ ଲୋକ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଆନ୍ଦୋଳା ଗ୍ରାମର କମଳା କାନ୍ତ ଜେନାଙ୍କ ଘର ଉପରେ ଗଛ ପଡ଼ି ନଷ୍ଟ ହୋଇଛି । ମାଣିତ୍ରୀ ପଞ୍ଚାୟତ ଜଳଙ୍ଗ ଗ୍ରାମରେ ୪ପରିବାରର ଛପର ଉଡ଼ି ଯାଇଥିବାବେଳେ ଚଣ୍ଡୀ ମନ୍ଦିରର ମାଇକ ଉଡ଼ିଯାଇଛି ।

ସେପଟେ ସାରକୋଣା ଗ୍ରାମର ନବ କିଶୋର ମହାରଣାଙ୍କ ଘର ନଷ୍ଟ ହୋଇଛି । ନୟାଖଣ୍ଡି ଗୋଳାଗଡ଼ିଆ ଗାଁରେ କାନ୍ଥ ପଡ଼ି କୁଶ ଦାସଙ୍କ ଗାଈର ମୃତ୍ୟୁ ହୋଇଛି । ସେହିପରି ସାରଡ଼ାଙ୍ଗ, ସୁଣ୍ଡିରା, ବାଉଁଶ ଗଡ଼ିଆ, କୁପାରି, ତୁରିଗଡ଼ିଆ ସମେତ ବିଭିନ୍ନ ପଞ୍ଚାୟତରେ ବିଦ୍ୟୁତ ଖୁଣ୍ଟି ଉପୁଡିବା ଯୋଗୁଁ ବିଦ୍ୟୁତ ସରବରାହ ବାଧା ପ୍ରାପ୍ତ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ଖଇରା ଅଞ୍ଚଳରେ ଫନି ପ୍ରଭାବରେ କ୍ଷୟକ୍ଷତି
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 4/05/2019
ଆଙ୍କର- ମହାବାତ୍ୟା ଫନି ପ୍ରଭାବରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।
ଫନି ର ପ୍ରଭାବ ଫଳରେ ଖଇରା ବ୍ଲକ ର ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଆନ୍ଦୋଳା ଗ୍ରାମର କମଳା କାନ୍ତ ଜେନା ଙ୍କର ଘର ଉପରେ ଗଛ ପଡ଼ି ନଷ୍ଟ ହୋଇଛି, ମାଣିତ୍ରୀ ପଞ୍ଚାୟତ ଜଳଙ୍ଗ ଗ୍ରାମରେ ୪ପରିବାର ର ଛପର ଉଡ଼ି ଯାଇ ଥିବାବେଳେ ଚଣ୍ଡୀ ମନ୍ଦିର ର ମାଇକ ଉଡ଼ି ଯାଇଛି ।ସାରକୋଣା ଗ୍ରାମର ନବ କିଶୋର ମହାରଣା ଙ୍କ ର ଘର ନଷ୍ଟ ହୋଇଛି। ନୟାଖଣ୍ଡି ଗୋଳାଗଡ଼ିଆ ଗାଁ ରେ କାନ୍ଥ ପଡ଼ି ବା ଯୋଗୁଁ କୁଶ ଦାସ ଙ୍କର ଗାଈ ମୃତ୍ୟୁ ବରଣ କରିଛି। ସେହିପରି ସାରଡ଼ାଙ୍ଗ,ସୁଣ୍ଡିରା, ବାଉଁଶ ଗଡ଼ିଆ, କୁପାରି, ତୁରିଗଡ଼ିଆ ସମେତ ବିଭିନ୍ନ ପଞ୍ଚାୟତ ଗ୍ରାମରେ ବିଦ୍ୟୁତ ଖୁଣ୍ଟି ଉପୁଡି ବା ଯୋଗୁଁ ବିଦ୍ୟୁତ ସରବରାହ ବାଧା ପ୍ରାପ୍ତ ହୋଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.