ବାଲେଶ୍ଵର: ସହରର ମାଣିଖମ୍ବ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଗୋଟିଏ ଦିନରେ 5 କୋରୋନା ପଜିଟିଭ ଚିହ୍ନଟ ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। 7 ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ବେଳେ ଏହି ସମୟ ଭିତରେ ସେଠାକାର ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।
ସମ୍ପୂର୍ଣ୍ଣ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ଲୋକମାନଙ୍କ ସୁବିଧା ପାଇଁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦେବାର ବନ୍ଦୋବସ୍ତ କରାଯିବ। ସେହିପରି ନୀଳଗିରିକୁ ଆସନ୍ତା ମଙ୍ଗଳବାର ଯାଏ ସଟଡାଉନ ଘୋଷଣା କରାଯାଇଛି। ନୀଳଗିରିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ,ଇଟିଭି ଭାରତ