ETV Bharat / state

ପରକୀୟା ପ୍ରୀତିର କରୁଣ ପରିଣତି, ଜଳେଶ୍ବର ଯୁବକଙ୍କୁ ପଶ୍ଚିମବଙ୍ଗରେ ହତ୍ୟା - jaleswar

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଏକ ଯୁବକଙ୍କୁ ପଶ୍ଚିମବଙ୍ଗ ଅଞ୍ଚଳରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ଦାନ୍ତନ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚୁରା କରୁଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Mar 23, 2019, 3:07 PM IST

ବାଲେଶ୍ୱର: ପରକିୟାରୁ ପ୍ରୀତିରୁ ହତ୍ୟାକାଣ୍ଡ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଏକ ଯୁବକଙ୍କୁ ପଶ୍ଚିମବଙ୍ଗ ଅଞ୍ଚଳରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏ ଘଟଣାରେ ଦାନ୍ତନ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚୁରା କରୁଥିବା ଜଣାପଡିଛି ।

ସୂଚନାନୁଯାୟୀ, ଜଳେଶ୍ବର ବ୍ଲକ ବଳରାମପୁର ଗ୍ରାମ ଅଭିଷେକ ଭୂୟାଁଙ୍କ ହତ୍ୟା କରାଯାଇଥିବା ଜଣାପଡିଛି । ଅଭିଷେକ ଓ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । କିଛିଦିନ ତଳେ ଅଭିଷେକ ଓ ଉକ୍ତ ମହିଳାଙ୍କୁ ଏକ ବନ୍ଦ କୋଠରୀରୁ ଅସଂଯତ ଅବସ୍ଥାରେ ଲୋକମାନେ କାବୁ କରିଥିଲେ । ପରେ ଉଭୟଙ୍କ ଭିତରେ ଜଳେଶ୍ବର ଥାନାରେ ଆପୋଷ ବୁଝାମଣା ହୋଇଥିଲା। ଏହାପରେ ମହିଳା ଜଣଙ୍କ ନିଜ ଭଉଣୀ ଘର ଦାନ୍ତନ ଥାନା ଅଞ୍ଚଳରେ ରହୁଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

21 ତାରିଖ ସନ୍ଧ୍ୟାରେ ଅଭିଷେକ ଘରୁ କାମରେ ଯାଉଛି କହି ବାହାରିଥିଲେ ମଧ୍ୟ ଆଉ ଘରକୁ ଫେରି ନଥିଲେ । 22 ତାରିଖରେ ଦାନ୍ତନ ପୋଲିସ ଅଭିଷେକଙ୍କ କ୍ଷତାକ୍ତ ମୃତଦେହ ଏକ ଧାନ ବିଲରୁ ଉଦ୍ଧାର କରିଥିଲା । ଅଭିଷେକଙ୍କ ଦେହର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଦାନ୍ତନ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ଆଭିଷେକ ତାଙ୍କୁ ଦେଖା କରିବାକୁ ଯାଇଥିଲେ। ତାଙ୍କ ସ୍ବାମୀ ଓ ଅଭିଷେକଙ୍କ ମଧ୍ୟରେ ସେଦିନ ଗଣ୍ଡଗୋଳ ହୋଇ ଏମିତି ହତ୍ୟାକାଣ୍ଡ ଘଟିଥିବା ସେ ପୋଲିସକୁ କହିଥିଲେ। ପୋଲିସ ମହିଳାଙ୍କ ସ୍ୱାମୀ ହରେକୃଷ୍ଣ ପ୍ରଧାନଙ୍କୁ ଗିରଫ କରି ପଚରାଉଚୁରା କରିଥିବା ଜଣାପଡ଼ିଛି। ତେବେ ଏହି ହତ୍ୟାକାଣ୍ଡରେ ହରେକୃଷ୍ଣଙ୍କ ସହ ଆଉ କିଏ ସମ୍ପୃକ୍ତ ଅଛି କି ନାହିଁ ସେ ବିଷୟରେ ପୋଲିସ ତଦନ୍ତ ଜାରି ରଖିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.