ETV Bharat / state

ଗୋପାଳନ କରି ମାଲେମାଲ ରାମଚନ୍ଦ୍ର: ମାସକୁ ଆୟ କରୁଛନ୍ତି ୫୦ ହଜାର, 40 ମହିଳାଙ୍କୁ ଦେଇଛନ୍ତି ରୋଜଗାର

author img

By

Published : Jul 23, 2023, 9:22 AM IST

ରୋଜଗାର ଦେଲା ଦୁଗ୍ଧ ଚାଷ । ଗୋପାଳନ ଓ ଦୁଗ୍ଧ ଚାଷ କରି ମାସିକ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବାଉରିପଦା ପଞ୍ଚାୟତ ଅନ୍ତର୍ଗତ ଭୁବନପୁର ଗ୍ରାମର ରାମଚନ୍ଦ୍ର ବାରିକ । ନିଜେ ସ୍ବାବଲମ୍ବୀ ହେବା ସହ ୪୦ ମହିଳାଙ୍କୁ ଦେଇଛନ୍ତି ରୋଜଗାର । ଅଧିକ ପଢ଼ନ୍ତୁ

successful dairy farmer ramachandra
ସଫଳ ଦୁଗ୍ଧ ଚାଷୀ ରାମଚନ୍ଦ୍ର
ସଫଳ ଦୁଗ୍ଧ ଚାଷୀ ରାମଚନ୍ଦ୍ର

ବାଲେଶ୍ବର: କଥାରେ ଅଛି ଚାଷ କାମ ଯାହାର, କେଡେ ସୁଖ ତାହାର । ବର୍ତ୍ତମାନ ଚାଷ କାମରୁ ଅନେକ ମୁହଁ ଫେରାଇ ନେଉଥିବା ବେଳେ ଯୁଗ ସହ ତାଳ ଦେଇ ଭିନ୍ନ ପ୍ରଣାଳୀରେ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବାଉରିପଦା ପଞ୍ଚାୟତ ଅନ୍ତର୍ଗତ ଭୁବନପୁର ଗ୍ରାମର ରାମଚନ୍ଦ୍ର ବାରିକ । ବିଭିନ୍ନ ପ୍ରଜାତିର ଗୋପାଳନ ପାଳନ କରି ଜଣେ ଦୁଗ୍ଧ ଚାଷୀଭାବେ ବେଶ ପରିଚିତ ହୋଇ ପାରିଛନ୍ତି । ଗୋପାଳନ ଓ ଦୁଗ୍ଧ ଚାଷ କରି ନିଜକୁ ସ୍ବାବଲମ୍ବୀ କରାଇବାରେ ସେ ସକ୍ଷମ ହୋଇପାରିଛନ୍ତି ।

ମାଟ୍ରିକ ପାସ କରିବା ପରେ ରାମଚନ୍ଦ୍ର ଗୋପାଳନ ପ୍ରତି ମନ ବଳାଇଥିଲେ । ୨୦୦୧ରୁ ମାତ୍ର ୩ଟି ଦେଶୀ ଗାଈରୁ ନିଜ ଫାର୍ମ ଆରମ୍ଭ କରିଥିଲେ । ବର୍ତ୍ତମାନ ରାମଚନ୍ଦ୍ରଙ୍କ ଫାର୍ମରେ ୧୫ଟି ବିଭିନ୍ନ କିସମର ଗାଈ ସମେତ ୮ଟି ବାଛୁରି ଅଛନ୍ତି । କେବଳ ସେତିକି ନୁହେଁ ଏମାନଙ୍କ ପାଇଁ ନିଜର ୫ ଏକର ଜମି ମଧ୍ୟରୁ ୧ ଏକର ଜମିରେ ଘାସ ଚାଷ କରିଛନ୍ତି। ତା' ସହ ଗୋବର ଓ ଖତର ସୁପରିଚାଳନା ପାଇଁ ୨ ଏକର ଜମିରେ ଧାନ ଚାଷ, ୧ ଏକର ଜମିରେ ମାଛ ଓ କୁକୁଡ଼ା ଚାଷ କରନ୍ତି । ତେବେ ପ୍ରତ୍ୟେକ ଦିନ ପ୍ରାୟ ଫାର୍ମରୁ ୧୨୦ ଲିଟର କ୍ଷୀର ଉତ୍ପାଦନ କରିପାରୁଛନ୍ତି ରାମଚନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ: ସଫଳ ଚାଷୀ ସୁଶାନ୍ତ: ୩୦୦ ଟଙ୍କାରେ ଆରମ୍ଭ କରିଥିଲେ ଛତୁ ଚାଷ, ବର୍ଷକୁ ରୋଜଗାର ୫ ଲକ୍ଷ

ଏନେଇ ରାମଚନ୍ଦ୍ର କହିଛନ୍ତି, "ଏହି କାର୍ଯ୍ୟରେ ପତ୍ନୀ ଲକ୍ଷ୍ମୀମଣି ବାରିକ ସହଯୋଗ କରୁଥିବାରୁ ଜଣେ ଭଲ ଦୁଗ୍ଧ ଚାଷୀ ଭାବେ ଉକ୍ତ ଅଞ୍ଚଳରେ ନାଁ କମେଇ ପାରିଛି । ମହିଳାମାନଙ୍କୁ ସ୍ଵାବଲମ୍ବୀ କରାଇବା ପାଇଁ ଭୁବନପୁର ମହିଳା ଦୁଗ୍ଧ ଉତ୍ପାଦନ ସମବାୟ ସମିତି ନାମରେ ଏକ ସଙ୍ଗଠନ କରିଛି । ଏଥିରେ ୪୦ ଜଣ ଚାଷୀ ସାମିଲ ହୋଇଛନ୍ତି । ଓମ୍‌ଫେଡ୍‌ ଅଧୀନରେ କାର୍ଯ୍ୟ କରୁଥିବା ବାମୁଲ ସଂସ୍ଥାକୁ ଦୈନିକ ୨୫୦ ଲିଟର କ୍ଷୀର ଯୋଗାଉ ଦେଉଛି ।" ରାମଚନ୍ଦ୍ର ନିଜ ଫାର୍ମରେ ମାସିକ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଆୟ କରି ପାରୁଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି । ଆୟ ଟଙ୍କାରେ ପରିବାରକୁ ସଠିକ ଭାବରେ ଚଳାଇବା ପାରୁଛନ୍ତି । ରାମଚନ୍ଦ୍ର ଜଣେ ସଫଳ ଦୁଗ୍ଧ ଚାଷୀ ଭାବେ ନୂଆ ପରିଚୟ ସୃଷ୍ଟି କରିବା ସହ ସ୍ଥାନୀୟ ଅଞ୍ଚଳରେ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.