ବାଲେଶ୍ବର: ଫଳ କିଣୁଥିବା ବେଳେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି । ଶନିବାର ବାଲେଶ୍ବର ଜିଲ୍ଲା ରସାଳପୁରରେ ଜଣେ ବ୍ୟକ୍ତି ଫଳ କିଣୁଥିବା ବେଳେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି ।
ସୂଚନାନୁୟାୟୀ, ପଞ୍ଚାନନ ମହାଳି କାଳୀପୂଜା ପାଇଁ ରସାଳପୁର ବଜାରରୁ ଫଳ କିଣୁଥିଲେ । ଏହି ସମୟରେ ଛେଳିପଦା ଅଞ୍ଚଳର ଜଣେ ଯୁବକ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ବାଇକ ଯୋଗେ ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ପାଟ୍ରୋଲିଂ କରୁଥିବା ବେଳେ ଜୟଦେବକସବା ଫାଣ୍ଡି ପୋଲିସ ପଞ୍ଚାନନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ