ETV Bharat / state

ମାଲଗୋଦାମ ଶ୍ରମିକଙ୍କ ସମସ୍ୟା, ଫିଟୁଛି ସମାଧାନର ରାସ୍ତା

ମାଲଗୋଦାମ ଶ୍ରମିକଙ୍କ ସମସ୍ୟା ପାଇଁ ଧୀର ଧୀରେ ଫିଟିବାରେ ଲାଗିଛି ସମାଧାନର ରାସ୍ତା । ଅଧିକ ପଢନ୍ତୁ...

author img

By

Published : Jun 30, 2021, 6:16 AM IST

ମାଲଗୋଦାମ ଶ୍ରମିକଙ୍କ ସମସ୍ୟା, ଫିଟୁଛି ସମାଧାନର ରାସ୍ତା
ମାଲଗୋଦାମ ଶ୍ରମିକଙ୍କ ସମସ୍ୟା, ଫିଟୁଛି ସମାଧାନର ରାସ୍ତା

ବାଲେଶ୍ବର: ସର୍ବଭାରତୀୟ ସ୍ତରରେ ଥିବା 7 ଲକ୍ଷ ଶ୍ରମିକ ଏବଂ ଉତ୍ତର ପୂର୍ବାଞ୍ଚଳ ଜୋନରେ ଥିବା ୨୦ ହଜାର ଶ୍ରମିକଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ଏହି ଦାବି ଗୁଡ଼ିକ ଆସନ୍ତା ଜୁଲାଇ ମାସ ୧୦ ତାରିଖରେ ଦିଲ୍ଲୀ ଏବଂ ୧୫ ତାରିଖରେ କୋଲକାତାରେ କାର୍ଯ୍ୟକାରୀ ହେବାକୁ ଯାଉଛି।

ଏହା ସହ ସରକାରୀ ପଞ୍ଜିକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବାଲେଶ୍ୱର ଠାରେ ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଶ୍ରମିକ ମାନଙ୍କର ଦାବି ଗୁଡିକି ନେଇ ଭାରତ ସରକାରଙ୍କର ଶ୍ରମ ମନ୍ତ୍ରାଳୟ, ରେଳ ମନ୍ତ୍ରାଳୟ ଏବଂ ସଂଘର ସଦସ୍ୟଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ମାଧ୍ୟମରେ ସମାଧାନ କରାଯିବ ବୋଲି ସଂଘର କର୍ମକର୍ତା ମାନେ ସୂଚନା ଦେଇଛନ୍ତି । ଏଥିରେ ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷା, ବେତନ, ସ୍ୱାସ୍ଥ୍ୟସେବା ସମ୍ପର୍କିତ ଦାବି ଗୁଡିକ ପୁରଣ ହେବାକୁ ଯାଉଛି ବୋଲି ସଂଘର ସଦସ୍ୟମାନେ ପ୍ରକାଶ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.