ବାଲେଶ୍ବର: ବାଲେଶ୍ବର ସେବା ସମବାୟ ସମିତିରୁ ଚୋରି ଅଭିଯୋଗ । ଗତ ଶନିବାର ବିଳମ୍ବିତ ରାତିରେ ଜିଲ୍ଲା ସଦର ଥାନା ଅଞ୍ଚଳରେ ଥିବା ଏକ ସେବା ସମବାୟ ସମିତିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଗତ ଶନିବାର ବିଲମ୍ବିତ ରାତିରେ ସଦର ଥାନା ଅଧିନ ନିଜାମପୁର ସେବା ସମବାୟ ସମିତିରେ ଚୋରମାନେ ଲୁହା କବାଟ ତାଲା ଭାଙ୍ଗି ପଶିଥିଲେ । ଏଥିସହ ଆଲମିରା ଭିତରେ ଥିବା 5 ହଜାର ଟଙ୍କା, ଜରୁରୀ କାଗଜପତ୍ର, 3ଟି କମ୍ପ୍ୟୁଟର, ଇନଭର୍ଟର ଭଳି ଜିନିଷ ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।
ତେବେ ଏହି ଚୋରି ପଛରେ ସେବା ସମବାୟ ସମିତିର ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏପଟେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ