ETV Bharat / state

ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ, ଆନ୍ଦୋଳନ ଚେତାବନୀ ଦେଲେ ବୁଦ୍ଧିଜୀବୀ

author img

By

Published : Aug 17, 2022, 3:29 PM IST

ବାଲେଶ୍ବର ପୌରଞ୍ଚଳରେ ନବ ନିର୍ମିତ ୨୦ ଟି ରାସ୍ତାର ନିର୍ମାଣ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ,ଆନ୍ଦୋଳନ ଚେତାବନୀ ଦେଲେ ବୁଦ୍ଧିଜୀବୀ

ବାଲେଶ୍ବର : ବାଲେଶ୍ଵର ପୌରପାଳିକାରେ ପୂର୍ତ୍ତ ବିଭାଗ ଅଧୀନ ନବ ନିର୍ମିତ ୨୦ଟି ରାସ୍ତାର ନିର୍ମାଣ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସହରର ବୁଦ୍ଧିଜୀବୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରାଯାଇଛି । ଅଭିଯୋଗ ଅନୁସାରେ, ବାଲେଶ୍ଵର ସହରାଞ୍ଚଳର ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫୫ କୋଟି ଟଙ୍କା ଘୋଷଣା କରାଯାଇଥିଲା ।

କିନ୍ତୁ ସହରରେ ପ୍ରାୟ ସମସ୍ତ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ଶେଷ ହୋଇଛି । ତେବେ ରାସ୍ତା ନିର୍ମାଣର ୨୦ ଦିନ ପରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଫଳରେ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ୧୫ ଦିନ ମଧ୍ୟରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଭଳି ଦୁର୍ନୀତିର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି । ନହେଲେ ଆସନ୍ତା ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛି ବୁଦ୍ଧିଜୀବୀ ସଂଘ ।

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.