ବାଲେଶ୍ଵର : ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ବେଆଇନ ନିଶା କାରବାର । ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ସହ କାର ଜବତ କରାଯାଇଛି। ଏହାସହ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି। ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ଖନ୍ତାପଡ଼ା ଥାନା ପଣପଣା ଅଞ୍ଚଳର ଜଗନ୍ନାଥ ପଣ୍ଡା ବୋଲି ସୂଚନା ମିଳିଛି ।
ପୁରୁଣା ବାଲେଶ୍ଵର ଅଞ୍ଚଳରୁ ଭଦ୍ରକ ଅଭିମୁଖେ ମଦ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ ଖବର ପାଇଥିଲା। ବିଭାଗ ପକ୍ଷରୁ ଅଞ୍ଜି ନିକଟରେ ଏକ କାର ଉପରେ ସନ୍ଦେହ କରି ଅଟକାଇବାରୁ ସେଥିରେ ଚୋରା ମଦ ଥିବା ଦେଖିବାକୁ ମିଳିଥିଲା। ଅବକାରୀ ବିଭାଗ 5ଶହ ଲିଟର ଦେଶୀ ମଦ ସହ କାର ଜବତ କରିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ