ETV Bharat / state

ISI ଲିଙ୍କ ଘଟଣା, ଦେଶଦ୍ରୋହ ମାମଲାରେ ଈଶ୍ବରଙ୍କୁ ଆଜୀବନ କାରାଦଣ୍ଡ

author img

By

Published : Feb 11, 2021, 2:02 PM IST

Updated : Feb 11, 2021, 5:04 PM IST

ଈଶ୍ବରଙ୍କୁ ଆଜୀବନ କାରାଦଣ୍ଡ
ଈଶ୍ବରଙ୍କୁ ଆଜୀବନ କାରାଦଣ୍ଡ

13:57 February 11

ISI ଲିଙ୍କ ଘଟଣା, ଦେଶଦ୍ରୋହ ମାମଲାରେ ଈଶ୍ବରଙ୍କୁ ଆଜୀବନ କାରାଦଣ୍ଡ

ଈଶ୍ବର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ବର: ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଈଶ୍ବର ବେହେରା । ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଡିଆରଡିଓର ଠିକା ଫଟୋଗ୍ରାଫର ଈଶ୍ବରଙ୍କୁ ଆଜୀବନ କାରାଦଣ୍ଡ। ଆଜି ପୂର୍ଣ୍ଣାଙ୍ଗ ରାୟ ଆସିବାକୁ ଥିବାବେଳେ ଈଶ୍ବର ଦୋଷୀ ସାବ୍ୟସ୍ତ ହେବା ସହ ଆଜୀବନ କାରାଦଣ୍ଡ ଓ 10 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି ।  

29ଜଣ ସାକ୍ଷୀ ଓ 44ଟି ଦସ୍ତାବିଜ ସରକାରୀ ଓକିଲ ଦାଖଲ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଗିରିଜା ପ୍ରସାଦ ମହାପାତ୍ର ଏହି ରାୟ ଶୁଣାଇଛନ୍ତି। ISIକୁ ଦେଶର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଥିବା ଅଭିଯୋଗରେ ଈଶ୍ବର 2014ରେ ଗିରଫ ହୋଇଥିଲା । ଈଶ୍ବରଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଦେଶଦ୍ରୋହ ଓ ଗୁପ୍ତତଥ୍ୟ ପ୍ରକାଶ ଭଳି ସଙ୍ଗୀନ ଦଫା ଲାଗିଥିଲା । 

ଅନ୍ୟପଟେ ଈଶ୍ବରର ଭଏସ ସାମ୍ପୁଲ୍ ସାଇଣ୍ଟଫାଇକ୍ ଲ୍ୟାବକୁ ଯାଇଥିଲା । ଯେଉଁଥିରେ ଈଶ୍ବର ଆଇଏସଆଇ ସହ ରେଗୁଲାର ଯୋଗାଯୋଗରେ ରହୁଥିବା ପ୍ରମାଣିତ ହୋଇଛି । ଆଇଟିଆରର କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଆଇଏସଆଇ ଏଜେଣ୍ଟକୁ ସବୁ ସୂଚନା ଦେଉଥିଲା ।  

ଈଶ୍ବର ମିରଟର ଆଇଏସଆଇ ଗୁଇନ୍ଦା ଅଶିଫ ଅଲ୍ଲୀର ଯୋଗାଯୋଗରେ ରହୁଥିଲା । ଈଶ୍ବର ଆକାଉଣ୍ଟକୁ ବିଭିନ୍ନ ଆକାଉଣ୍ଟରୁ ଟଙ୍କା ଆସିଛି । ଆବୁଧାବିରୁ , ବିହାର , ଆଜମେର , କୋଲକାତାରୁ ବି ଟଙ୍କା ଆକାଉଣ୍ଟକୁ ଆସିଛି । ଈଶ୍ବରର 666 ସେକେଣ୍ଡର କଥାବାର୍ତା ହୋଇଥିବା ଆଇଏସଆଇ ଲିଙ୍କର ଏକ ବଳିଷ୍ଠ ପ୍ରମାଣ ।

ଈଶ୍ବର ୯ ଅଙ୍କ ବିଶିଷ୍ଟ ଏକ କଲରେ ଆଇଏସଆଇ ଏଜେଣ୍ଟ ସହ କଥାବାର୍ତ୍ତା ହେଉଥିଲା । ଯେଉଁ ନମ୍ବରରେ କଥା ହୋଇଥିଲା, ସେହି ନମ୍ବର ପୂର୍ବରୁ (+୯୧) ଲାଗିଥିଲା । ତଦନ୍ତ ବେଳେ ତଥ୍ୟ ପୁନରୁଦ୍ଧାରୁ ଏହା ବାହାର ଦେଶର ନମ୍ବର ବୋଲି ଜଣାପଡିଛି ।  

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 11, 2021, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.