ETV Bharat / state

ବାଲେଶ୍ଵର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 19କୁ ବୃଦ୍ଧି - number of corona cases increase in balasore

ବାଲେଶ୍ବର ଜିଲ୍ଲାରେ କ୍ରମାଗତ ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 19କୁ ବୃଦ୍ଧି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାଲେଶ୍ଵର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 19କୁ ବୃଦ୍ଧି

author img

By

Published : Apr 29, 2020, 11:10 PM IST

ବାଲେଶ୍ବର: ଜିଲ୍ଲାରେ କ୍ରମାଗତ ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ୧୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯ ତାରିଖ ପୁଣି ୩ଜଣ କୋରୋନା ଆକ୍ରାନ୍ତ ଚହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ପହଞ୍ଚିଛି । ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି ।

୨୯ ତାରିଖ ଚିହ୍ନଟ ହୋଇଥିବା ୩ଜଣ ଆକ୍ରନ୍ତଙ୍କ ମଧ୍ୟରେ ଜଣେ ଖଇରା ବ୍ଲକ ଅନ୍ତରା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇଜଣ ସୋର ସବିରା ଅଞ୍ଚଳର ବୋଲି ଜଣାପଡ଼ିଛି । ଏମାନେ କଲକତାରୁ ଆସିଥିବା ଜଣାପଡ଼ିଛି । କଲିକତାରୁ ଟ୍ରକ ଯୋଗେ ଆକ୍ରାନ୍ତମାନେ କଲିକତାରୁ ଆସି ଘରେ କ୍ୱାରେଣ୍ଟାଇନରେ ରହିଥିଲେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଆକ୍ରାନ୍ତଙ୍କ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଏସଓପି ଅନୁସାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ସିଲ କରାଯିବ ବୋଲି ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.