ETV Bharat / state

ବଦଳୁଛି କ୍ବାରେଣ୍ଟିନ ସେଣ୍ଟରର ଚିତ୍ର, ନାଚଗୀତ ସହ ଦିଆଯାଉଛି ଯୋଗ ଶିକ୍ଷା - କ୍ବାରେଣ୍ଟିନ ସେଣ୍ଟର

ରାଜ୍ୟର ବିଭିନ୍ନ କ୍ବାରେଣ୍ଟିନ ସେଣ୍ଟରରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆସୁଥିବା ବେଳେ ବାଲେଶ୍ବର ଜିଲ୍ଲାର କିଛି କ୍ବାରେଣ୍ଟିନ ସେଣ୍ଟରରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଆଙ୍କ ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଅଙ୍ଗନବାଡି କର୍ମୀମାନେ ନାଚ ଗୀତ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷଦାନ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବଦଳୁଛି କ୍ବାରେଣ୍ଟିନ ସେଣ୍ଟରର ଚିତ୍ର, ନାଚଗୀତ ସହ ଦିଆଯାଉଛି ଯୋଗ ଶିକ୍ଷା

author img

By

Published : May 15, 2020, 1:32 PM IST

ବାଲେଶ୍ବର: ସାରା ଦେଶରେ ବଢିବାରେ ଲାଗି ରହିଛି ମହାମାରୀ କୋରୋନା ସଂକ୍ରମଣ । ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ କ୍ବାରେଣ୍ଟିନ ସେଣ୍ଟରରେ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏପରି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କ୍ବାରେଣ୍ଟିନ ସେଣ୍ଟରରୁ ଅବ୍ୟବସ୍ଥା ନେଇ ଆସୁଛି ଅଭିଯୋଗ ।

ବଦଳୁଛି କ୍ବାରେଣ୍ଟିନ ସେଣ୍ଟରର ଚିତ୍ର, ନାଚଗୀତ ସହ ଦିଆଯାଉଛି ଯୋଗ ଶିକ୍ଷା

ରାଜ୍ୟର ଅନେକ କ୍ବାରେଣ୍ଟିନ ସେଣ୍ଟରରେ ବିଭିନ୍ନ ଅବ୍ୟବସ୍ଥା ଥିବା ଦେଖିବାକୁ ମିଳୁଛି । କେଉଁଠି ଖାଇବାକୁ ନେଇ ତ ପୁଣି ଆଉ କେଉଁଠି ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା ଅନ୍ତେବାସୀମାନେ ଅଭିଯୋଗ ଉଠାଇଛନ୍ତି । ହେଲେ ଏମିତି ଅନେକ କ୍ବାରେଣ୍ଟିନ ସେଣ୍ଟର ରହିଛି ଯେଉଁଠି ଅନ୍ତେବାସୀମାନେ ସଫା ସୁତୁରା କରିବା ସହ ସେଣ୍ଟରରେ ଥିବା ସମସ୍ୟା ସମାଧାନ ନିଜେ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନ୍ତେବାସୀଙ୍କ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ହାତକୁ ନିଆଯାଉଛି ।

କେତେକ କ୍ବାରେଣ୍ଟିନ ସେଣ୍ଟରରେ ସକାଳେ ଯୋଗଶିକ୍ଷାଠାରୁ ଆରମ୍ଭ କରି ଛୋଟ ପିଲାଙ୍କୁ ନାଚଗୀତ ମାଧ୍ୟମରେ ଶିକ୍ଷାଦାନ ଦିଆଯାଉଛି । ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଆଙ୍କ ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଅଙ୍ଗନବାଡି କର୍ମୀମାନେ ନାଚ ଗୀତ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷଦାନ କରୁଥିବା ଦେଖିବାକୁ ମିଳିଛି । ସେହିପରି ଖଇରାର ଏକ କ୍ବାରେଣ୍ଟିନ ସେଣ୍ଟରରେ ଅନ୍ତେବାସୀମାନେ ଅଳିଆ ଆବର୍ଜନା ସଫା କରି ପରିବେଶକୁ ପରିଷ୍କାର ରଖିବାକୁ ଚେଷ୍ଟା କରୁଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.