ETV Bharat / state

ପ୍ରଶାସନ-ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଖାଲି ସୁବର୍ଣ୍ଣରେଖା ନଦୀବାଲି - ଅଭିଯୋଗ

ଜଳେଶ୍ବରର ସୁବର୍ଣ୍ଣରେଖା ନଦୀପଠାରୁ ବେଆଇନ ଭାବେ ଚାଲିଛି ଖୁଲୁମ ଖୋଲା ବାଲି ଚୋରାଚାଲାଣ । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ପ୍ରଶାସନ ଚଢାଉ କରିବା ବେଳକୁ ଫେରାର ହୋଇଯାଉଛନ୍ତି ମାଫିଆ । ଏହା ବାଲିମାଫିଆ ଓ ପ୍ରଶାସନର ମଧୁଚନ୍ଦ୍ରିକା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା,ବାଲେଶ୍ୱର
author img

By

Published : Jun 7, 2019, 8:07 PM IST

ବାଲେଶ୍ୱର: ମାମୁଁ ଘରେ ଗୋଠେ ଗାଇ ରାତି ପାହିଲେ ମୋଟେ ନାହିଁ । ଏପରି ଅଭିଯୋଗ ଆସିଛି ବାଲି ମାଫିଆ ଓ ପ୍ରଶାସନ ବିରୋଧରେ । ଜଳେଶ୍ବର ନିକଟବର୍ତ୍ତୀ ସୁବର୍ଣ୍ଣରେଖା ନଦୀ ପଠାରୁ ଶହ ଶହ ଟ୍ରାକ୍ଟର ଯୋଗେ ନିଧୁମ ବାଲି ଚୋରାଚାଲାଣ ହେଉଥିବାବେଳେ ରାତାରାତି ହୋଇଯାଉଛନ୍ତି ଫେରାର । ଏହା ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା,ବାଲେଶ୍ୱର

ବେଆଇନ ବାଲି ଚୋରାଚାଲାଣକୁ ଗ୍ରାମବାସୀ ବିରୋଧ କରିବା ସହ ଆଭିଯୋଗ କରିବା ପରେ ଓଡ଼ିଶା ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ଡ. କେ ମୁର୍ଗେସନ , ଓଡିଶା ମାଇନିଂ ପ୍ଲାନିଂ ଅଧିକାରୀ ବିଶ୍ଵନାଥ ମହାନ୍ତି , ଜିଲ୍ଳା ପ୍ରଦୂଷଣ ବିଭାଗ ଅଧିକାରୀ ପ୍ରକାଶ ମହାପାତ୍ର ଓ ଜଳେଶ୍ବର ତହସିଲଦାର ଅଭିମନ୍ୟୁ ପଣ୍ଡା ମିଳିତ ଭାବରେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲିଘାଟରେ ଅଚାନକ ଚଢାଉ କରିଥିଲେ । କିନ୍ତୁ କୌଣସି ଯନ୍ତ୍ରପାତି, ଡ଼ୋଜର କିମ୍ବା ଟ୍ରାକ୍ଟର ସେଠାରେ ଦେଖିବାକୁ ପାଇନଥିଲେ ଅଧିକାରୀ ।

ବେଆଇନ ଭାବେ ବାଲିଘାଟ ଚଳାଉଥିବା ମାଫିଆମାନଙ୍କୁ ପ୍ରଶାସନର ଗୁପ୍ତ ସନ୍ଦେଶ କିଏ ପହଁଚାଇଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାତା ରାତି ଶହ ଶହ ଟ୍ରକ୍ଟର ଓ ଡ଼ୋଜର ଫେରାର ହୋଇଯିବା ଘଟଣା ସ୍ଥାନୀୟ ତହସିଲଦାର, ବାଲି ଚୋରଙ୍କ ମଧ୍ୟରେ ଭିତିରି ବୁଝାମଣା ଥିବା ସନ୍ଦେହ କରିଛନ୍ତି ଅଞ୍ଚଳ ବାସୀ । ଚଢାଉରେ ଆସିଥିବା ଅଧିକାରୀ ବାଲି ମାଫିଆଙ୍କ ବିରୋଧରେ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା କେବଳ ଦେଖିବାକୁ ବାକି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.