ETV Bharat / state

ବାଲେଶ୍ବରରେ ସ୍ତ୍ରୀକୁ ହାଣି ହତ୍ୟା, ସ୍ବାମୀ ଅଟକ

ବାଲେଶ୍ବରରେ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ବାମୀ । ଅଭିଯୁକ୍ତ ଥାନାରେ ଅଟକ । ଅଧିକ ପଢନ୍ତୁ

ବାଲେଶ୍ବରରେ ହତ୍ୟା
ବାଲେଶ୍ବରରେ ହତ୍ୟା
author img

By

Published : Jul 18, 2023, 11:21 AM IST

Updated : Jul 18, 2023, 1:56 PM IST

ବାଲେଶ୍ବରରେ ସ୍ତ୍ରୀକୁ ହାଣି ହତ୍ୟା

ବାଲେଶ୍ବର: ପାରିବାରିକ କହଳର କରୁଣ ପରିଣତି । ସ୍ତ୍ରୀ ରକ୍ତରେ ହୋଲି ଖେଳିଲା ସ୍ବାମୀ । ସାତଜନ୍ମର ସାଥି ହେବାକୁ କଥା ଦେଇଥିଲା । ହେଲେ ଛୋଟିଆ କଥାରେ ରାଗିଯାଇ ନିର୍ମମ ଭାବେ ହାଣି ଜୀବନ ନେଇଗଲା । ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ । ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତି ନିଜର ସ୍ତ୍ରୀକୁ ହତ୍ୟା କରିଛି । ଅଭିଯୁକ୍ତ ଜଳେଶ୍ବର ଥାନା ଚାଲନ୍ତି ଗ୍ରାମର ନାମ ଅର୍ଜୁନ ଦାଣ୍ଡପାଟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପଚରାଉଚରା କରିଛି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ସୂଚନା ମୁତାବକ, ଗତକାଲି(ସୋମବାର) ରାତିରେ ଚାଲନ୍ତି ଗ୍ରାମର ଅର୍ଜୁନ ଦାଣ୍ଡପାଟ ଓ ତାଙ୍କ ସ୍ତ୍ରୀ ଲିଲିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ସାମାନ୍ୟ ଝଗଡ଼ା କ୍ରମଶଃ ଉଗ୍ରରୂପ ନେଇଥିଲା । ଦୁହିଁଙ୍କ ମଧ୍ୟରେ ମାରପିଟ୍ ଯାଏଁ କଥା ଯାଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଅର୍ଜୁନ ନିଜର ହିତାହତ ଜ୍ଞାନ ଭୁଲିଯାଇଥିଲା । ଘରେ ଥିବା ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲା । ଲିଲି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯନ୍ତ୍ରଣାରେ ଚିତ୍କାର କରିବା ପରେ ତାଙ୍କର ୧୦ ବର୍ଷର ଝିଅ ସେଠାକୁ ଦୌଡ଼ି ଆସିଥିଲା । ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ମାଆକୁ ରକ୍ତ ଜୁଡୁବୁଡୁ ଦେଖି ଝିଅ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଜଣାଇଥିଲେ ।

ଏହାମଧ୍ୟ ପଢନ୍ତୁ: Hardcore Criminal Bibhu Murder: ଗ୍ୟାଙ୍ଗୱାରରୁ ହୋଇଛି ବିଭୁର ହତ୍ୟା; ୬ ଗିରଫ

ଏହାମଧ୍ୟ ପଢନ୍ତୁ: Delhi: ଝିଅର ପ୍ରେମିକକୁ ହତ୍ୟା କଲା ବାପା !

ସେପଟେ ଗାଁ ଲୋକଙ୍କଠାରୁ ଖବର ପାଇ ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ପତ୍ନୀହନ୍ତା ଅର୍ଜୁନ ମୁଣ୍ଡାକୁ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ପାରିବାରିକ କଳହକୁ କେନ୍ଦ୍ରକରି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଥିବା ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ । ରାଗରେ ଥିବା ମଣିଷ କ'ଣ କରେ ନିଜେ ବୁଝିପାରେ ନାହିଁ । ଯାହାକି ଏଠାରେ ଘଟିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jul 18, 2023, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.