ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ବାଲେଶ୍ଵର । ବୁଧବାର ରାତିରୁ ମୂଷଳଧାରାରେ ବର୍ଷା ଲାଗି ରହିବା ସହ ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ବରରେ 59.6ମିମି ବର୍ଷା ରେକର୍ଡ କରାଯାଇଛି ।
ଆଗାମୀ 2 ଦିନ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବା ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା ହୋଇଛି । ଏଥିସହିତ ଫସଲ ସୁରକ୍ଷା ପାଇଁ କୃଷି ବିଭାଗ ପକ୍ଷରୁ ସଚେତନ କରାଯାଇଛି । ତେବେ ଆଗକୁ ଦୀପାବଳି ଥିବାରୁ ବର୍ଷାର ଏଭଳି ପ୍ରକୋପ ଲୋକଙ୍କ ମନ ଫିକା କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ