ETV Bharat / state

କୋରୋନା କାଳରେ ଏକାଦଶାହ ଭୋଜି, ଚଢାଉ କରିବାରୁ ତହସିଲଦାରଙ୍କୁ ଆକ୍ରମଣ - Tehsildar attacked by villegers balasore district

ବାଲେଶ୍ବର ହଳଦୀପଦାରେ ଚାଲିଥିଲା ଏକାଦଶ ଭୋଜି । କାର୍ଯ୍ୟାନୁଷ୍ଠାନ ନେବାରୁ ତହସିଲଦାରଙ୍କୁୁ ଆକ୍ରମଣ । ଅଧିକ ପଢନ୍ତୁ....

କୋରୋନା କାଳରେ ଏକାଦଶାହ ଭୋଜି ,ଚଢାଉ କରିବାରୁ ତହସିଲଦାରଙ୍କୁ ଆକ୍ରମଣ

author img

By

Published : May 6, 2021, 10:30 PM IST

ବାଲେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାହାଘର ଓ ଅନ୍ତ୍ୟେଷ୍ଟିକ୍ରିୟା ଉପରେ କଟକଣା ଜାରି କିରଛନ୍ତି ସରକାର । ତେବେ ତମାମ କଟକଣା ପରେ ମଧ୍ୟ ଅମାନିଆଙ୍କ ଉତ୍ପାତ କମୁନାହିଁ । ବଂର ଏହାକୁ ବାଧା ଦେବାକୁ ଯାଇ ଆକ୍ରମଣ ଶିକାର ହୋଇଛନ୍ତି ପ୍ରଶାସନିକ ଅଧିକାରୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସଦର ଥାନା ହଳଦୀପଦା ଫାଣ୍ଡି ଓଡ଼ଙ୍ଗୀ ପଞ୍ଚା‌ୟତ ହିଞ୍ଜିଳି ଅଞ୍ଚଳରେ । ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ଏକ ଏକାଦଶ ଭୋଜିରେ ଚଢ଼ାଉବେଳେ ଉତ୍ତ୍ୟକ୍ତ ଲୋକ ସଦର ତହସିଲଦାର ଏବଂ ତାଙ୍କ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଖବର ସାମ୍ନାକୁ ଆସିଛି ।

କୋରୋନା କାଳରେ ଏକାଦଶାହ ଭୋଜି, ଚଢାଉ କରିବାରୁ ତହସିଲଦାରଙ୍କୁ ଆକ୍ରମଣ

ତହସିଲଦାରଙ୍କୁ ଆକ୍ରମଣ ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ କ‌େ ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ଈଶ୍ବର ଆଶିଷ ପାଟିଲ୍‌ ଏବଂ ଆଇଆଇସି କ୍ଷମାସାଗର ପଣ୍ଡା ପହଞ୍ଚିବା ପରେ ଉତ୍ତ୍ୟକ୍ତଲୋକ ଛତ୍ରଭଙ୍ଗ ଦେଇଥିଲେ ।

ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ରମେଶ ରାଉତଙ୍କ ବ୍ୟକ୍ତି ପତ୍ନୀ ହାରାମଣୀ ରାଉତଙ୍କ କୋଭିଡ୍‌ ଆକ୍ରାନ୍ତ ଯୋଗୁଁ ମୃତ୍ୟୁ ଘଟିଥିବାବେଳେ ଆଜି ତାଙ୍କ ଏକାଦଶାହ ଥିଲା । ଏଥିପାଇଁ ଆଖାପାଖ ଗାଁର ପାଖାପାଖି ୫ ଶହରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଭୋଜି ବ୍ୟବସ୍ଥା ହୋଇଥିଲା । ଘଟଣା ସମ୍ପର୍କରେ ସଦର ତହସିଲ୍‌ଦାର ଅନାମିକା ସିଂ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ । ଶହ ଶହ ଲୋକଙ୍କ ପାଇଁ ଭୋଜି ‌ଆୟୋଜନ ଦେଖି ତୁରନ୍ତ କର୍ମଚାରୀଙ୍କୁ ଖାଦ୍ୟ ଜବତ ପାଇଁ ନିର୍ଦ୍ଦେଶ ଦେଇଥିଲେ ତହସିଲଦାର ।

ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଦେଖି ଆୟୋଜକ ଓ ସେମାନଙ୍କ ସମର୍ଥକମାନେ ଘେରିଯାଇ ତହସିଲଦାର ଓ ତାଙ୍କ ଟିମକୁ ଗାଳିଗୁଲଜ କରିବା ସହ ଠେଙ୍ଗା ଓ ବାଡିରେ ଆକ୍ରମଣ କରିଥିଲେ । ପାଖାପାଖି ୨ ଘଣ୍ଟାକାଳ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ଉପୁଜିଥିଲା । ପୁଲିସ ପହଞ୍ଚି ହସ୍ତକ୍ଷେପ ପରେ ପରିସ୍ଥିତି ଆୟତକୁ ଆସିଥିଲା । ଏନେଇ ତହସିଲ୍ଦାର ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.