ETV Bharat / state

Cyclone Asani: କଟକଣା ନ ମାନିଲେ ମତ୍ସ୍ୟଜୀବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ଅଶାନ୍ତ ରହିଛି ସମୁଦ୍ର । ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ସମସ୍ତ ଏଫଏଲସି/ଏଫଏସ୍ ମତ୍ସ୍ୟଜୀବୀଙ୍କୁ ସଚେତନତା କରାଇବା ବିଷୟରେ ଚିଠି ଆସିଛି। ଅଧିକ ପଢନ୍ତୁ

Cyclone Asani: କଟକଣା ନ ମାନିଲେ ମତ୍ସ୍ୟଜୀବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
Cyclone Asani: କଟକଣା ନ ମାନିଲେ ମତ୍ସ୍ୟଜୀବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
author img

By

Published : May 11, 2022, 12:17 PM IST

Updated : May 11, 2022, 4:46 PM IST

ବାଲେଶ୍ବର: ବଙ୍ଗୋପସାରରେ ସୃଷ୍ଟି ଲଘୁଚାପ ଯୋଗୁଁ ଅଶାନ୍ତ ରହିଛି ସମୁଦ୍ର । ସମୁଦ୍ରରେ ଉଚ୍ଚ ଜୁଆର ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଗଞ୍ଜାମରେ କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଫସିକି ରହିଥିବାବେଳେ ସେମାନଙ୍କୁ ଏୟାରଲିଫ୍ଟ୍ କରାଯାଇ ଉଦ୍ଧାର କରାଯାଇଥିଲା । ଏହାକୁ ଆଖି ଆଗରେ ରଖି ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟରୁ ମାଇକ ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ପାଇଁ ବାଲେଶ୍ବର ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ(ସାମୁଦ୍ରିକ)କୁ ଚିଠି ଆସିଛି।

Cyclone Asani: କଟକଣା ନ ମାନିଲେ ମତ୍ସ୍ୟଜୀବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାତ୍ୟା ସମୟରେ ସମୁଦ୍ର ଭିତରକୁ ମାଛ ଧରିବାକୁ ନ ଯିବା ଏବଂ ଯେଉଁ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଫେରିଆସିବା ପାଇଁ ଖବର ଦେବାକୁ ବାହାବଳପୁରରେ ମାଇକ୍ ମାଧ୍ୟମରେ ଘୋଷଣା କରାଯାଇଛି। ୮ ରୁ ୮.୫ ମିଟର ଡଙ୍ଗାରେ ଯାଉଥିବା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ସମସ୍ତ ଏଫଏଲସି/ଏଫଏସ୍ ମତ୍ସ୍ୟଜୀବୀଙ୍କୁ ସଚେତନତା କରାଇବା ବିଷୟରେ ଚିଠି ଆସିଛି।

ଭୁବନେଶ୍ବର ଏଫ ଆଣ୍ଡ ଏଆରଡି ବିଭାଗ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଏଫଏଲସି/ଏଫଏସଙ୍କୁ ତୁରନ୍ତ ମାଇକ ଯୋଗେ ଘୋଷଣା କରାଯିବା ଉଚିତ ଯେ ଯଦି କୌଣସି ମତ୍ସ୍ୟଜୀବୀ ସମୁଦ୍ରକୁ ଯାଆନ୍ତି । ତେବେ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ଅନୁଯାୟୀ ଅପରାଧିକ ମାମଲା ଦାଏର କରାଯିବ । ଏହାସହ ଡଙ୍ଗା ଜବତ ହେବ ଏବଂ ପଞ୍ଜୀକରଣ ତଥା ମତ୍ସ୍ୟଜୀବୀ ଲାଇସେନ୍ସ ବାତିଲ କରାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 11, 2022, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.