ETV Bharat / state

ଯୁବତୀ ଚାଲାଣ ଓ ସେକ୍ସ ରାକେଟର ପର୍ଦ୍ଦାଫାସ କଲା ବାଲେଶ୍ଵର ପୋଲିସ - ସେକ୍ସ ରାକେଟର ପର୍ଦ୍ଦାଫାସ କଲା ବାଲେଶ୍ଵର ପୋଲିସ

ଏକ ଅପହରଣ ମାମଲା ତଦନ୍ତ କରୁକରୁ ପୁରା ସେକ୍ସ ରାକେଟ ସନ୍ଧାନ ପାଇଲା ବାଲେଶ୍ବର ପୋଲିସ । ଏହି ଘଟଣାରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଏସ୍‌ପି ସାଗରିକା ନାଥ । ଅଧିକ ପଢ଼ନ୍ତୁ

ଯୁବତୀ ଚାଲାଣ ଓ ସେକ୍ସ ରାକେଟର ପର୍ଦ୍ଦାଫାସ କଲା ବାଲେଶ୍ଵର ପୋଲିସ

author img

By

Published : Mar 22, 2023, 6:53 AM IST

Updated : Mar 22, 2023, 12:00 PM IST

ସେକ୍ସ ରାକେଟର ପର୍ଦ୍ଦାଫାସ କଲା ବାଲେଶ୍ଵର ପୋଲିସ

ବାଲେଶ୍ବର: ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ବାଲେଶ୍ୱର ପୋଲିସ ଏକ ଅପହରଣ ମାମଲା ତଦନ୍ତ କରୁକରୁ ପୁରା ସେକ୍ସ ରାକେଟ ସନ୍ଧାନ ପାଇଛି । ଯେଉଁଥିରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ କିଛି ଦଲାଲ ଯୁବତୀଙ୍କୁ ପ୍ରଲୋଭିତ କରି ଏମିତି କାର୍ଯ୍ୟରେ ଲଗାଉଥିବା ବାଲେଶ୍ଵର ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଏହି ଘଟଣାରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି । ଏହା ଭିତରେ ଅନେକ ଦଲାଲଙ୍କ ସମ୍ପୃକ୍ତି ଥିବା ପୋଲିସ ପାଖରେ ତଥ୍ୟ ରହିଛି । ଯାହା ଆଗାମୀ ଦିନରେ ପୋଲିସ ଏହାକୁ ଖୋଜି ବାହାର କରିବ ବୋଲି ବାଲେଶ୍ଵର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।

ଏସ୍‌ପି ସାଗରିକା ନାଥଙ୍କ ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଦୁଇ ଜଣ ଯୁବତୀ ନିଖୋଜ ନେଇ ସେଠାରେ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ପଶ୍ଚିମବଙ୍ଗ ଅଞ୍ଚଳର ଏକ ସାମାଜିକ ଅନୁଷ୍ଠାନ ଯୁବତୀମାନେ ବାଲେଶ୍ଵରକୁ ଚାଲାଣ ହୋଇ ଆସିଥିବା ବାଲେଶ୍ଵର ପୋଲିସକୁ ସୂଚନା ଦିଆଯାଇଥିଲା । ଏହାକୁ ନେଇ ବାଲେଶ୍ଵର ଏସ୍‌ପି ତତ୍ପରତା ପ୍ରକାଶ କରିବା ସହ ବିଭିନ୍ନ ଥାନା ଅଧିକାରୀଙ୍କୁ ଏ ବିଷୟରେ ଖୋଳତାଡ଼ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବସ୍ତା ଥାନା ଅଞ୍ଚଳରେ କେତେଜଣ ବ୍ୟକ୍ତି ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଟଙ୍କାର ଲୋଭ ଦେଖାଇ ସେମାନଙ୍କୁ ଆଣି ସେକ୍ସ ରାକେଟ ଚଳାଉଥିବା ପୋଲିସ ଖବର ପାଇଥିଲା । ଏହାକୁ ନେଇ ବସ୍ତା ପୋଲିସ ଛାନଭିନ ଆରମ୍ଭ କରିଥିଲା । ଏହାସହ ଜଳେଶ୍ୱରରେ ମଧ୍ୟ ଠିକ ଏମିତି ଘଟଣା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଏହାପରେ ବସ୍ତା ପୋଲିସ ଯୁବତୀ ଚାଲାଣ ଓ ସେକ୍ସ ରାକେଟ ଚଳାଉଥିବା ଜଣେ ବେପାରୀକୁ ଗିରଫ କରିବା ପରେ ଏହା ଭିତରେ ଆହୁରି ଏମିତି ବ୍ୟକ୍ତି ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା ।

କିଛି ଦଲାଲ ରାଜ୍ୟ ତଥା ରାଜ୍ୟ ବାହାରରୁ ଯୁବତୀମାନଙ୍କୁ ଚାକିରିର ଲୋଭ ତଥା ଏକ ସୁନ୍ଦର ଲାଇଫ ଷ୍ଟାଇଲର ପ୍ରଲୋଭନ ଦେଖାଇ ସେମାନଙ୍କୁ ଚାଲାଣ କରିଥାନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରି ଦଲାଲ ଓ ସେକ୍ସ ରାକେଟ ଚଳାଉଥିବା ଏହି ବ୍ୟକ୍ତିମାନେ ମାଲାମାଲ ହୋଇଥାନ୍ତି । ଏଥିପାଇଁ ରାଜ୍ୟ ବାହାରର କିଛି ଦଲାଲ ବାଲେଶ୍ଵର ଅଞ୍ଚଳର ବସ୍ତା, ଜଳେଶ୍ବର ଆଦି ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ହାତ କରି ଯୁବତୀ ଚାଲାଣ ସହ ସେମାନଙ୍କୁ ଦେହ ବ୍ୟବସାୟରେ ନିଯୁକ୍ତ କରି ଟଙ୍କା ରୋଜଗାର କରୁଥିଲେ । ଏମିତି ବ୍ୟବସାୟ ପାଇଁ ପଶ୍ଚିମବଙ୍ଗର ଉକ୍ତ ଦୁଇ ଯୁବତୀଙ୍କୁ ଦଲାଲମାନେ ଆଣି ବସ୍ତା ଓ ଜଳେଶ୍ବର ଅଞ୍ଚଳରେ ରଖି ଏପରି କାର୍ଯ୍ୟ କରାଉଥିଲେ ।

ଖାଲି ସେତିକି ନୁହେଁ ଏମିତି ଦଲାଲମାନେ ମିଛ ପ୍ରମାଣପତ୍ର ଦେଇ ସ୍ୱାମୀ ସ୍ତ୍ରୀ ଭାବେ ରହି ଦେହ ବ୍ୟବସାୟ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ସବୁଠୁ ବଡ଼କଥା ହେଲା ଏମିତି କାର୍ଯ୍ୟରେ କିଛି ମହିଳା ମଧ୍ୟ ସାମିଲ ହୋଇ ଯୁବତୀମାନଙ୍କୁ ଚାଲାଣ କରୁଥିବା ପୋଲିସ କହିଛି । ଏହି ରାକେଟ ବିଷୟରେ ପୋଲିସ ବସ୍ତା ଓ ଜଳେଶ୍ବର ଅଞ୍ଚଳରେ ଥିବା ଦଲଲମାନଙ୍କୁ ଗିରଫ କରିବା ପରେ ବାଲେଶ୍ଵର ସହରର ମେଘଡମ୍ବରୁ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟ ଉକ୍ତ ଗ୍ୟାଙ୍ଗ ଚଳାଉଥିବା ପୋଲିସ ଜାଣିବାକୁ ପାଇ ସେଠାରେ ଚଢ଼ାଉ କରିଥିଲେ । ତିନୋଟି ସ୍ଥାନରୁ ପୋଲିସ ୧୦ ଜଣ ସେକ୍ସ ରାକେଟ ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Mar 22, 2023, 12:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.