ETV Bharat / state

ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେବ ହାଇଦର ମୃତଦେହ

author img

By

Published : Jul 24, 2021, 11:02 PM IST

ଆସନ୍ତାକାଲି ଗ୍ୟାଙ୍ଗଷ୍ଟାର ହାଇଦରର ମୃତଦେହବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ । ପୋଲିସ ଦେଲା ସୂଚନା । ଅଧିକ ପଢନ୍ତୁ...

ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେବ ହାଇଦର ମୃତଦେହ
ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେବ ହାଇଦର ମୃତଦେହ

ବାଲେଶ୍ବର : ପୋଲିସ ଏନକାଉଣ୍ଟରେ ସଫା ହୋଇଛି କଳା ସମ୍ରାଜ୍ୟର ବାଦଶାହ ସେଖ ହାଇଦର ଅଲ୍ଲୀ । ଏନକାଉଣ୍ଟର ପରେ ଚିକିତ୍ସିତ ଅବସ୍ଥାରେ ହାଇଦରର ମୃତ୍ୟୁ ହୋଇଥିଲା । ତେବେ ଆସନ୍ତାକାଲି ତାର ମୃତଦେହ ବ୍ୟବଚ୍ଛେଦ କରାଯିବ । ବ୍ୟବଚ୍ଛେଦ ପରେ ପିରବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି ।

ତେବେ ଗ୍ୟାଙ୍ଗଷ୍ଟାର ହାଇଦର ମୃତ୍ୟୁ ପରେ ଅପରାଧ ଦୁନିଆର ଏକ ଯୁଗର ଅବସାନ ଘଟିଥିବା କୁହାଯାଉଛି। ପୂର୍ବରୁ ମଧ୍ୟ ଚିକିତ୍ସା ପାଇଁ ଆସିଥିବା ବେଳେ କଟକ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ପରେ ତାକୁ କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ହାଇଦ୍ରାବଦରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ସେବେଠାରୁ ଚୌଦ୍ବାର ଜେଲରେ ହାଇଦର ରହିଥିବା ବେଳେ ଆଜି ତାକୁ ବାଲେଶ୍ବର ଜେଲରକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ପରିସ୍ରା କରିବା ଆଳରେ ପୋଲିସ ଗାଡି ଅଟକାଇଥିଲା ହାଇଦର । ପରେ ଘଟଣାସ୍ଥଳରୁ ପୋଲିସ ପାଖରୁ ବନ୍ଧୁକ ଛଡାଇ ଫେରାର ହୋଇଯିବା ପାଇଁ ଚେଷ୍ଟା କରିଥିଲା ହାଇଦର ।

ହାଇଦରର ଏମିତି ଆକ୍ରମଣତ୍ମକ ଢଙ୍ଗ ଦେଖି ପୋଲିସ ହାଇଦର ଉପରକୁ ଗୁଳି ଚାଳନା କରିଥିଲା। ହାଇଦରର ପେଟ ଓ ହାତରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଏନକାଉଣ୍ଟର ଜାଣିଶୁଣି କରାଯାଇଥିବା ହାଇଦରଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ବାଲେଶ୍ଵର ଏସପି ସୁଧାଂଶୁ ମିଶ୍ର ଏହି ଘଟଣାକୁ ନେଇ ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି। ତେବେ ଆସନ୍ତାକାଲି ରବିବାର ହାଇଦର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.