ETV Bharat / state

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ

author img

By ETV Bharat Odisha Team

Published : Nov 27, 2023, 6:55 AM IST

ଖଇରା ବ୍ଳକରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର । ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ଓ ପୂଜ୍ୟପୁଜା ସଂସଦ ଆନୁକୂଲ୍ୟରେ ଏହି ସ୍ୱାସ୍ଥ୍ୟ ସେବା ଶିବିର ଆଜୋନ କରାଯାଇଥିଲା । ଅଧିକ ପଢ଼ନ୍ତୁ

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ
ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ
ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ

ବାଲେଶ୍ୱର: ଜିଲ୍ଲା ଖଇରା ବ୍ଳକରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର । ଗୋବିନ୍ଦପୁର ପଞ୍ଚାୟତର ବୁଢ଼ାଗଡ଼ିଆ ଛକଠାରେ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ଓ ପୂଜ୍ୟପୁଜା ସଂସଦ ଆନୁକୂଲ୍ୟରେ ଗତ ରବିବାର ଦିନ ନିଶୁଳ୍କ ମେଗା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁକୁନ୍ଦ ସ୍ମୃତି କମିଟିର ସମ୍ପାଦକ ଏବଂ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ ଓ ଜଳସମ୍ପଦ ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ,ସମ୍ମାନିତ ଅତିଥିଭାବେ ନୀଳଗିରି ବିଧାୟକ ଶୁକାନ୍ତ କୁମାର ନାୟକ ଯୋଗଦେଇ ଉଦଘାଟନ କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ କହିଛନ୍ତି,"ସରକାରୀ ସ୍ତରରେ ଓ ବେସରକାରୀ ସ୍ତରରେ ବିଭିନ୍ନ ଯାଗରେ ଏହି ଭଲି ସ୍ୱାସ୍ଥ୍ୟ ସେବା ଆୟୋଜନ କରାଯାଉଛି । କିନ୍ତୁ ଆଜି ମୁଁ ଏଠାରେ ଦେଖୁଛି ଶହ ଶହ ସଂଖ୍ୟାରେ ଲୋକମାନେ ଆସିଛନ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏହା ସ୍ୱାଗତ ଯୋଗ୍ୟ । ଏହି ଅଞ୍ଚଳରେ ଯଦି ଏଭଳି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଏ, ତାହାଲେ ଏହି ଅଞ୍ଚଳର ଲୋକମାନେ ଉପକୃତ ହୋଇପାରିବେ । ଏହା ସହ ଲୋକମାନେ ଜାଣି ପାରନ୍ତି ନାହିଁ ତାଙ୍କ ଦେହରେ କ'ଣ ରହିଛି । ତେଣୁ ଏହି ଭଲି ସେବା ଶିବିର ଆୟୋଜନ କରି ଲୋକମାନେଙ୍କୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ସମ୍ପର୍କରେ ସଚେତନ କରାଯାଇ ପାରିବ ।ଏଭିଳି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମଧ୍ୟ ଆଗ୍ରହ ପ୍ରକାଶ କରିଥାନ୍ତି ।"

ଭୁବନେଶ୍ଵର ସନସାଇନ୍ ହସ୍ପିଟାଲରୁ ଆସିଥିବା ଡା.ସବାନନ୍ଦ ମେହେର,ଡା. ସୋନୁଜିତ ମନ୍ତ୍ରୀ, ଡା. ଆଭାସ ଦାସ ପଟ୍ଟନାୟକ, ଡା. ସୀତାଂଶୁ ମିଶ୍ର, ଡା. ମୋନିକା ମହାନ୍ତ,ସେହିଭଳି ଭଦ୍ରକ ଶୁଭମ ହସ୍ପିଟାଲର ଡା. ପ୍ରଦୀପ ନାୟକ, ପ୍ରମୁଖ ହଜାର ହଜାର ରୋଗୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ଆବଶ୍ୟକ‌ତା ଥିବା ରୋଗୀଙ୍କର ମାଗଣାରେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ.....ଚିନ୍ତା ବଢାଇଲା ଚୀନ ନିମୋନିଆ: ପ୍ରସ୍ତୁତି ସହ ସତର୍କତା ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ଏହି ଶିବିରରେ ଏସସିବି ମେଡିକାଲର ଅବସରପ୍ରାପ୍ତ ପ୍ରଫେସର ଡା.ଶଶିଭୂଷଣ ବେହେରା, ସନସାଇନ୍ ହସ୍ପିଟାଲର ଡାକ୍ତର ଶ୍ଵେତାଙ୍କ ଦାସ, ପୁଜ୍ୟପୁଜା ସଂସଦର ସଭାପତି ସୁଦାମ ଚରଣ ରାଉତ, ସ୍ମୃତି କମିଟିର ସଭାପତି ଉମେଶ ଚନ୍ଦ୍ର ନାୟକ,ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ କୋଷାଧକ୍ଷ ରାଜେଶ କୁମାର ମହାକୁଡ, ଡଃ ପ୍ରଦୀପ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.