ବାଲେଶ୍ବର: ବିନା ନୋଟିସରେ ଆଦିବାସୀଙ୍କ ଗୁହାଳ ଭାଙ୍ଗିଲା ବନ ବିଭାଗ । ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଅଧୀନ ବାଉଁଶଗଡିଆ ଗ୍ରାମର ଗୋଟିଏ ଆଦିବାସୀ ପରିବାରର ଗୁହାଳ ଘର ବନ କର୍ମଚାରୀ ଭାଙ୍ଗିଥିବା ଥାନାରେ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଖଇରା ତହସିଲ ଅଧୀନ ରମଦା ଅଞ୍ଚଳରେ ପାହାଡ଼ରୁ ହାତୀ ନ ଆସିବା ପାଇଁ ବନ ବିଭାଗ ଦ୍ୱାରା ୨ କି.ମି ଟ୍ରେଞ୍ଜ ଖୋଳା କାର୍ଯ୍ୟ ଚାଲୁ ରହିଛି । ସେହି ଅଞ୍ଚଳରେ ବାଉଁଶଗଡ଼ିଆ ଗ୍ରାମର ବୁଦୁନୀ ସିଂଙ୍କ ଘର ଥିବାବେଳେ ବନ ବିଭାଗ ସେମାନଙ୍କୁ କୌଣସି ନୋଟିସ ନକରି ମେସିନ ସାହାଯ୍ୟରେ ତାଙ୍କର ଗୁହାଳ ଘର ଭାଙ୍ଗି ଦେଇଛନ୍ତି । ଫଳରେ ତାଙ୍କର ଗୃହପାଳିତ ପଶୁ ନିଖୋଜ ଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସମ୍ପୃକ୍ତ ପରିବାର ଖଇରା ଥାନାରେ ଆଶ୍ରୟ ନିଆଯାଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ